କନକ ବ୍ୟୁରୋ: ଜମ୍ମୁକାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ହଜାର ହଜାର ବର୍ଷ ଧରି ରହିଛି ବିବାଦ । ଦୁଇ ଦେଶ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଦୁଇ ଦେଶ ଏକାଠି ଏହି ବିବାଦର ସମାଧାନ କରିପାରିବେ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଟ୍ରମ୍ପ ।
ପ୍ରତିଶୋଧ ପାଇଁ ବଡ଼ ପ୍ରସ୍ତୁତି
- ପହଲଗାମ୍ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ
- ପ୍ରତିଶୋଧ ନେବାକୁ ଚାଲିଛି ବଡ଼ ଧରଣର ପ୍ରସ୍ତୁତି
- ପହଲଗାମ୍ ଆକ୍ରମଣ ପରେ ଘାଟୀରେ ଜାରି ରହିଛି ସେନାର ଆକ୍ସନ
- ୪ ଜଣ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି
- ପାକିସ୍ତାନ ବିପକ୍ଷରେ ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର
- ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି ଭାରତ ସରକାର
- ଅଟାରୀ- ୱାଘା ବର୍ଡର ଚେକ୍ପୋଷ୍ଟ ବନ୍ଦ କରି ଦିଆଯାଇଛି
- ସାର୍କ ଭିସା ଅଧିନରେ ପାକିସ୍ତାନୀ ଭାରତ ଆସିପାରିବେ ନାହିଁ
- ଏହି ଭିସାରେ ଥିବା ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ
- ସବୁ ପାକିସ୍ତାନୀଙ୍କୁ ଭାରତରୁ ତଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ
- ତୁରନ୍ତ ପଦକ୍ଷେପ ନେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ