କନକ ବ୍ୟୁରୋ : ଆପଣମାନେ ଅକ୍ଷୟ କୁମାର ଅଭିନୀତ ପ୍ୟାଡ୍ମ୍ୟାନ୍ ଫିଲ୍ମ ଦେଖିଥିବେ । ଯେଉଁ କାହାଣୀ ଆପଣ ରିଲରେ ଦେଖିଛନ୍ତି, ରିଅଲରେ ବି ସେମିତି ପ୍ୟାଡ୍ମ୍ୟାନ ବାଲେଶ୍ଵରରେ ଅଛନ୍ତି ।  ୨୫ ବର୍ଷ ଧରି ସେ ସାନିଟାରି ନାପକିନ ତିଆରି କରି ପାଇଛନ୍ତି ପ୍ୟାଡ୍‌ମ୍ୟାନର ପରିଚୟ । 

Advertisment

ବାଲେଶ୍ବରର ପ୍ୟାଡ୍‌ମ୍ୟାନ୍ 
ବାଲେଶ୍ୱରର ସତ୍ୟନାରାୟଣ ନାୟକ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବା ସମୟରେ ମହିଳାଙ୍କ ସମସ୍ୟା  ଜାଣିଥିଲେ । ମହିଳାଙ୍କୁ ସ୍ୱଚ୍ଛ ଓ ସୁସ୍ଥ ରଖିବାକୁ ପଣ କରି ସେ ଆରମ୍ଭ କରିଥଲେ ସାନିଟାରି ନାପକିନ୍ ତିଆରି ।  ଜଣେ  ଡାକ୍ତରଙ୍କ ପରାମର୍ଶରେ ସେ ନାପକିନ୍ ତିଆରି କରିଥିଲେ । ଏଥିପାଇଁ ଏବେ ସତ୍ୟନାରାୟଣ ୧୮ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଯାତ୍ରା ଆରମ୍ଭ କେମିତି ଥିଲା ବୋଲି ପଚାରିବାରୁ ସେ କହନ୍ତି ତାଙ୍କ ସଂଘର୍ଷର କଥା । ଫିଲ୍ମର କାହାଣୀ ପରି ତାଙ୍କ ସହ ସବୁ ଘଟିଛି ।

ଆଜିକାଲି ଅନେକ ନାମୀଦାମୀ କମ୍ପାନିର ସାନିଟାରି ନାପକିନ୍ ବଜାରକୁ ଆସିଲାଣି । କିନ୍ତୁ ସତ୍ୟନାରାୟଣ ନାୟକଙ୍କ ପ୍ରୟାସ ଜାରି ରହିଛି । ସତ୍ୟନାରାୟଣ କପଡ଼ା, ତୂଳା, ହଳଦୀ ଗୁଣ୍ଡ, ପଲିଥିନ ସିଟ୍, ସୂତାଜାଲି, ଇଲାଷ୍ଟିକ ଆଦିରେ ସାନିଟାରି ନାପକିନ୍‌ ତିଆରି କରୁଛନ୍ତି । ପରେ ଏହାକୁ ପ୍ରେସ ମେସିନରେ ପ୍ରେସ କରିବା ପରେ ଅଲଟ୍ରା ଭାଓଲେଟ୍ ରଶ୍ମିରେ ଷ୍ଟେରଲାଇଜ୍ କରାଯାଏ । ସତ୍ୟନାରାୟଣ ଦୁଇ ପ୍ରକାର ପ୍ୟାଡ୍ ତିଆରି କରୁଛନ୍ତି ।  କମ୍ ଦାମରେ ନାପକିନ୍ ଯୋଗାଇ ବେଶ୍ ଖୁସି ଅନୁଭବ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି ସତ୍ୟନାରାୟଣ ।