କନକ ବ୍ୟୁରୋ: ଚଳିତ ଖରିଫ ଋତୁ ପାଇଁ ଆଜି ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ବରେଇପାଲି ମଣ୍ଡିରେ ପୂଜାର୍ଚ୍ଚନା ପରେ ଚାଷୀଙ୍କଠାରୁ ଧାନ କିଣା ଯିବ । ଏ ବର୍ଷ ଚାଷୀମାନେ ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇବେ। ପ୍ରଥମେ ୨୩ ଶହ ଟଙ୍କା ଏବଂ ଏହାର ୪୮ ଘଣ୍ଟା ଭିତରେ ୮୦୦ ଟଙ୍କା ଇନପୁଟ୍ ସବସିଡି ପାଇବେ। ସମ୍ବଲପୁର ଜିଲ୍ଲାରେ ଧାନ କିଣା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଧାନ କିଣା ଆରମ୍ଭ ହେବ ।
ଆଜିଠୁ ସମ୍ବଲପୁରରେ ଉଠିବ ଧାନ ; ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇବେ ଚାଷୀ
Advertisment
Follow Us