ସମ୍ବଲପୁର ଜିଲ୍ଲାରେ ଉଠିଲା ଧାନ । ମଣ୍ଡିରେ ଯେଉଁ ଅବ୍ୟବସ୍ଥାକୁ ସେଇ ଅବ୍ୟବସ୍ଥା ।

Advertisment

ପୁଣି ଅବ୍ୟବସ୍ଥା ଭିତରେ ଧାନ କିଣା ଆରମ୍ଭ ହୋଇଛି । ଚାଷୀ ଅଭିଯୋଗ କରିଛନ୍ତି, ଚିରାଚରିତ ଓ ପୁରୁଣା ଢାଞ୍ଚାରେ ହି ଧାନ କିଣା ହେଉଛି ।  ଦଲାଲ ରାଜକୁ ବନ୍ଦ କରିବାକୁ ପ୍ରତ୍ୟେକ ସବଡିଭିଜନ ସ୍ତରରେ ଗୋଟିଏ ଲେଖାଏଁ ସ୍କ୍ବାଡ ଗଠନ କରିଛନ୍ତି ସରକାର ।

ପୁଣି ଅବ୍ୟବସ୍ଥା ଭିତରେ ଧାନ କିଣା ଆରମ୍ଭ ହୋଇଛି । ଚାଷୀ ଅଭିଯୋଗ କରିଛନ୍ତି, ଚିରାଚରିତ ଓ ପୁରୁଣା ଢାଞ୍ଚାରେ ହି ଧାନ କିଣା ହେଉଛି ।  ଦଲାଲ ରାଜକୁ ବନ୍ଦ କରିବାକୁ ପ୍ରତ୍ୟେକ ସବଡିଭିଜନ ସ୍ତରରେ ଗୋଟିଏ ଲେଖାଏଁ ସ୍କ୍ବାଡ ଗଠନ କରିଛନ୍ତି ସରକାର ।

vlcsnap-2024-11-22-22h25m56s802

କନକ ବ୍ୟୁରୋ: ପ୍ରଥମ ଦିନରେ ପୂଜାର୍ଚ୍ଚନା ପରେ ସମ୍ବଲପୁର ବରେଇପାଲି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଚାଷୀଙ୍କ ସହ ଆଲୋଚନା ପରେ ଉଠିଛି  ଧାନ ।  ଜିଲ୍ଲାରେ ଏଥର ୩୦ ଲକ୍ଷ ୬୮ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି । ଦଲାଲ ରାଜକୁ ବନ୍ଦ କରିବାକୁ ପ୍ରତ୍ୟେକ ସବଡିଭିଜନ ସ୍ତରରେ ଗୋଟିଏ ଲେଖାଏଁ ସ୍କ୍ବାଡ ଗଠନ କରିଛନ୍ତି ସରକାର । ମଣ୍ଡିରେ ସିସିଟିଭି ଲାଗିଥିବାବେଳେ ତାରପୋଲିନ ବ୍ୟବସ୍ଥା ହୋଇଥିବା ସିଏସଓ କହିଛନ୍ତି ।

ଅବ୍ୟବସ୍ଥାରେ ଚାଲିଛି ଧାନକିଣା 
ଖୋଲା ଆକାଶ ତଳେ ଗାଡିରେ ପଡିରହିଛି ଧାନ

ହେଲେ ସବୁରି ମୂଳରେ ପୁଣି ଅବ୍ୟବସ୍ଥା ଭିତରେ ଧାନ କିଣା ଆରମ୍ଭ ହୋଇଛି । ଚାଷୀ ଅଭିଯୋଗ କରିଛନ୍ତି, ଚିରାଚରିତ ଓ ପୁରୁଣା ଢାଞ୍ଚାରେ ହି ଧାନ କିଣା ହେଉଛି । ଉଦଘାଟିତ ହୋଇଥିବା ବରେଇପାଲି ମଣ୍ଡିରେ ଧାନ ସଂରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ । ଖୋଲା ଆକାଶ ତଳେ ଧାନ ବିକିବେ ବୋଲି କହିଛନ୍ତି ଚାଷୀ । ବଡ କଥା ହେଲା, ବୋନସକୁ ବାଦ୍ ଦେଲେ ଚାଷୀ ପାଇଁ ଏଥର କିଛି ନୂଆ ନୁହେଁ ।  ଯାହା ପୁଣି ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାକୁ ନେଇ ପ୍ରଶ୍ନ ଉଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe