କନକ ବ୍ୟୁରୋ: ପ୍ରଥମ ଦିନରେ ପୂଜାର୍ଚ୍ଚନା ପରେ ସମ୍ବଲପୁର ବରେଇପାଲି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଚାଷୀଙ୍କ ସହ ଆଲୋଚନା ପରେ ଉଠିଛି ଧାନ । ଜିଲ୍ଲାରେ ଏଥର ୩୦ ଲକ୍ଷ ୬୮ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି । ଦଲାଲ ରାଜକୁ ବନ୍ଦ କରିବାକୁ ପ୍ରତ୍ୟେକ ସବଡିଭିଜନ ସ୍ତରରେ ଗୋଟିଏ ଲେଖାଏଁ ସ୍କ୍ବାଡ ଗଠନ କରିଛନ୍ତି ସରକାର । ମଣ୍ଡିରେ ସିସିଟିଭି ଲାଗିଥିବାବେଳେ ତାରପୋଲିନ ବ୍ୟବସ୍ଥା ହୋଇଥିବା ସିଏସଓ କହିଛନ୍ତି ।
ଅବ୍ୟବସ୍ଥାରେ ଚାଲିଛି ଧାନକିଣା
ଖୋଲା ଆକାଶ ତଳେ ଗାଡିରେ ପଡିରହିଛି ଧାନ
ହେଲେ ସବୁରି ମୂଳରେ ପୁଣି ଅବ୍ୟବସ୍ଥା ଭିତରେ ଧାନ କିଣା ଆରମ୍ଭ ହୋଇଛି । ଚାଷୀ ଅଭିଯୋଗ କରିଛନ୍ତି, ଚିରାଚରିତ ଓ ପୁରୁଣା ଢାଞ୍ଚାରେ ହି ଧାନ କିଣା ହେଉଛି । ଉଦଘାଟିତ ହୋଇଥିବା ବରେଇପାଲି ମଣ୍ଡିରେ ଧାନ ସଂରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ । ଖୋଲା ଆକାଶ ତଳେ ଧାନ ବିକିବେ ବୋଲି କହିଛନ୍ତି ଚାଷୀ । ବଡ କଥା ହେଲା, ବୋନସକୁ ବାଦ୍ ଦେଲେ ଚାଷୀ ପାଇଁ ଏଥର କିଛି ନୂଆ ନୁହେଁ । ଯାହା ପୁଣି ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାକୁ ନେଇ ପ୍ରଶ୍ନ ଉଠାଇଛି ।