କନକ ବ୍ୟୁରୋ: ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା । ବରଗଡରୁ ଆରମ୍ଭ ହେବ ଖରିଫ ଋତୁ ଧାନ କିଣା । ୩୧ଶହ ଟଙ୍କାରେ ଧାନ କିଣିବେ ସରକାର । ଧାନ କିଣିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ମିଳିବ ଟଙ୍କା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଖାତାକୁ ଯିବ ଟଙ୍କା । କଟନି ଛଟନୀ ମୁକ୍ତ ଧାନ କିଣା  ଉପରେ ଗୁରୁତ୍ୱ ଦେବେ ସରକାର । ମଣ୍ଡିରୁ ରାଇସ ମିଲ ଯାଏଁ ଧାନ ଗାଡିର ତଦାରଖ ହେବ । ଧାନ ଗାଡିର ତଦାରଖ କରିବ ପରିବହନ ବିଭାଗ । ଧାନ କିଣା ଆରମ୍ଭ ନେଇ ଯୋଗାଣ ବିଭାଗର ନିଷ୍ପତ୍ତି ।