କାଲିଠୁ ଧାନକିଣା ; ବରଗଡ ସୋହେଲାରୁ ଆରମ୍ଭ

ଆସନ୍ତା କାଲିଠାରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ବରଗଡ଼ ଜିଲ୍ଲା ସୋହେଲାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଧାନ କିଣା ଆରମ୍ଭ । ୨୨ରେ ସମ୍ବଲପୁରରେ ମଣ୍ଡିରୁ ଉଠିବ ଧାନ । କଟନି, ଛଟନି କମାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

17hhhhh

କନକ ବ୍ୟୁରୋ: ଦିନକ ପରେ ଆରମ୍ଭ ହେବ ଧାନ କିଣା। ଚାଷୀ ଖରିଫ ଧାନ ଅମଳ କରିବା ସମୟ ଆସି ଯାଇଥିବାରୁ ତୁରନ୍ତ ମଣ୍ଡି ଖୋଲି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲି ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ । 

କିଭଳି ବିନା କୌଣସି ସମସ୍ୟାରେ ମଣ୍ଡିରୁ ଧାନ ଉଠିବ ସେଦିଗରେ ସରକାରଙ୍କ ତରଫରୁ ସବୁ ପଦକ୍ଷେପ ନିଆଯାଉଥିବା ଗତକାଲି କହିଥିଲେ କୃଷି ମନ୍ତ୍ରୀ । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାର ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଦେବେ। ସେହିପରି ୨୨ ତାରିଖରୁ ସମ୍ବଲପୁରରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। 

ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଥିଲେ, ମନ ଇଚ୍ଛା କଟନିଛଟନି ହେବ ନାହିଁ, ଯେତେ କମ୍ ହେବ। ଯେଉଁଠି ଏଫ.ଏ.କ୍ୟୁ ମାନ କମ୍ ଥିବ ଏବଂ ଧାନରେ ଆର୍ଦ୍ରତା ଥିବ, ସେଠାରେ କେତେ ପ୍ରତିଶତ କଢ଼ାଯିବ, ତାହା ନିର୍ଦ୍ଧାରିତ କରାଯିବ । ତେବେ ସୁରୁଖୁରୁରେ କିଭଳି ଧାନ କିଣା ହେବ, ସେନେଇ ପ୍ରସ୍ତୁତି ହୋଇଥିବା କହିଥିଲେ କେଭି ସିଂହଦେଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe