ଖୋଲିଲା ଧାନମଣ୍ଡି ; ମନ୍ତ୍ରୀ ପୂଜାର୍ଚ୍ଚନା କରିବା ପରେ ଆରମ୍ଭ ହେଲା ଧାନ କିଣା

ଖୋଲିଲା ଧାନମଣ୍ଡି । ମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ବରଗଡ଼ରେ ଆରମ୍ଭ ହେଲା ଧାନ କିଣା । କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ସୁରୁଖୁରୁରେ ଧାନକିଣା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।

45---

କନକ ବ୍ୟୁରୋ: ଖୋଲିଲା ଧାନମଣ୍ଡି । ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ର ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା । ବରଗଡ଼ ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କହିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଚାଷୀଙ୍କ ପାଇଁ ଖୁସିର ଦିନ । ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା ଏମ୍‌ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ । 

ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରାଯାଉଛି । କିଭଳି ସୁରୁଖୁରୁରେ ଧାନକିଣା ହେବ ସେନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe