କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଫସଲ ନଷ୍ଟର ଆରମ୍ଭ ହେବ ତଦନ୍ତ । ପୁରୀ ଜିଲ୍ଲା ପିପିଲି , ସତ୍ୟବାଦୀ ଅଞ୍ଚଳରେ ବିଲରେ ନଷ୍ଟ ହୋଇଛି ପାଚିଲା ଧାନ । ବିଲରେ କାହାର ଧାନ ସଢ଼ି ଗଲାଣି ତ ଆଉ କାହାର ଧାନ ଗଜା ହେଲେଣି । ଅନ୍ୟପଟେ ଫସଲ ବୀମା କରିଥିବା ଚାଷୀ ମାନେ ୧୪୪୭ ନମ୍ବରରେ ନିଜର କ୍ଷୟ କ୍ଷତି ବିଷୟରେ ଅବଗତ କରାଇ ନିଜର ପଞ୍ଜୀକରଣ କରାଇବା ପାଇଁ କୁହାଯାଉଛି । ଯେଉଁ ଚାଷୀମାନେ ପଞ୍ଜୀକରଣ କରିଥିଲେ ସେମାନଙ୍କ କ୍ଷୟକ୍ଷତି ନେଇ ଚାଲିଛି ତଦନ୍ତ । ସତ୍ୟବାଦୀ ମହୁରା ପଞ୍ଚାୟତ ଦାଇତ୍ୱ ରେ ଥିବା କୃଷି ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ, ନଷ୍ଟ ହୋଇଥିବା ଧାନ ଫସଲ ବିଲକୁ ଯାଇ ସାଟେଲାଇଟ୍ ମ୍ୟାପ ଅନୁସାରେ ଵିଲକୁ ବିଲ ବୁଲି କ୍ଷୟ କ୍ଷତିର ଫୋଟୋ ଉଠାଇ ତଦନ୍ତ କରିଛନ୍ତି । ଏହାସହ ଚାଷୀ ମାନଙ୍କର ବ୍ୟାଙ୍କ ଖାତା, ଜମି ପଟା ସହିତ ଆଧାର କାର୍ଡ ମଗାଯାଉଛି ।
ଅଦିନିଆ ବର୍ଷା ନଷ୍ଟ କରିଦେଲା ସୁନାର ଫସଲ; ଖୁବଶୀଘ୍ର ଆରମ୍ଭ ହେବ ତଦନ୍ତ
ଅଦିନିଆ ବର୍ଷାରେ ଫସଲ ନଷ୍ଟର ଆରମ୍ଭ ହେବ ତଦନ୍ତ । ପୁରୀ ଜିଲ୍ଲା ପିପିଲି , ସତ୍ୟବାଦୀ ଅଞ୍ଚଳରେ କୃଷି ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ, ନଷ୍ଟ ହୋଇଥିବା ଧାନ ଫସଲ ବିଲକୁ ଯାଇ ସାଟେଲାଇଟ୍ ମ୍ୟାପ ଅନୁସାରେ ଵିଲକୁ ବିଲ ବୁଲି କ୍ଷୟ କ୍ଷତିର ଫୋଟୋ ଉଠାଇ ତଦନ୍ତ କରିଛନ୍ତି ।
/kanak/media/media_files/2024/12/28/WVJjyjLH6lLwb15dfiMD.jpg)