କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ମଣ୍ଡିରୁ ଉଠିବ ଧାନ । ମିଲର୍ସ ଆସୋସିଏସନର ଏଭଳି ପ୍ରତିକ୍ରିୟା ପରେ ଚାଷୀଙ୍କୁ ମିଳିଛି ଆଶ୍ୱସ୍ତି । ହେଲେ ଏହା ସାମୟିକ । କାରଣ ସରକାର ଏଯାଏଁ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି କି ସମସ୍ତ ଦାବି ପୂରଣ ପାଇଁ ସହମତି ଦେଇନାହାନ୍ତି । ତେଣୁ ସରକାରଙ୍କୁ ୧୫ ଦିନର ମହଲତ ଦେଇଛନ୍ତି ମିଲର୍ସ ।

Advertisment

ମିଲର୍ସ ଓ ସରକାରଙ୍କ ମଧ୍ୟରେ ଲାଗିରହିଥିବା ଛକାପଞ୍ଝାରେ ପଡିଛି ସାମୟିକ ପୂର୍ଣ୍ଣଚ୍ଛେଦ । ସରକାରଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆନ୍ଦୋଳନରୁ ଓହରିଛନ୍ତି ମିଲର୍ସ । ଏହାସହ ମଣ୍ଡିରୁ ଧାନ ଉଠିବା ନେଇ ଫିଟିଛି ବାଟ । ଆନ୍ଦୋଳନରୁ ହଟିଥିଲେ ମଧ୍ୟ ସର୍ତ୍ତ ରଖିଛନ୍ତି ମିଲର୍ସ । ଆଲୋଚନାରେ ୪ଟି ଦାବି ମଧ୍ୟରୁ ଗୋଟିଏ ଦାବିକୁ ମାନିଛନ୍ତି ସରକାର । ହେଲେ ବଳକା ଦାବି ୧୫ ଦିନ ମଧ୍ୟରେ ପୁରା ନହେଲେ ପୁଣିଥରେ ଆନ୍ଦୋଳନକୁ ଫେରିବାକୁ ଚେତାବନୀ ଦେଇଛନ୍ତି ମିଲର୍ସ ।

ଅଧିକ ପଢ଼ନ୍ତୁ : ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା; ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ

ଧାନ ଉଠାଣ ସ୍ୱାଭାବିକ ହୋଇଥିବା ନେଇ ମନ୍ତ୍ରୀ କହୁଥିଲେ ମଧ୍ୟ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଖୋଲା ମଣ୍ଡିରେ ପଡ଼ିଛି ଧାନ । ମିଲର୍ସଙ୍କୁ ନପାଇ ଚାଷୀ ନିରୁପାୟ । ଏହି ୪ ସ୍ଥାନ ନୁହେଁ ବରଂ ପୁରା ରାଜ୍ୟରେ ସମାନ ଅବସ୍ଥା । ମଣ୍ଡିରେ ଚାଷୀଙ୍କୁ ଅଖା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି । ଏପରିକି କିଛି ସ୍ଥାନରେ ଧାନ ଉଠାଣ ସରିବାକୁ ବସିଥିଲେ ମଧ୍ୟ ଅନେକ ଚାଷୀଙ୍କୁ ଟୋକନ୍ ମିଳିନି । ଅନ୍ୟପଟେ ମଣ୍ଡିରୁ ଧାନ ଉଠୁନଥିବା ବେଳେ ସକ୍ରିୟ ହୋଇ ଉଠିଛନ୍ତି ଦଲାଲ । ଏସବୁ ଭିତରେ ବିଜେଡି କହିଛି, ଏ ସରକାର ଦାରୁବ୍ରହ୍ମ ହୋଇ ସବୁ ଦେଖୁଛି ହେଲେ ଅବ୍ୟବସ୍ଥାକୁ ଘଟଣାର ସତ ମାନୁନି । ଧାନ ଉଠାଇବାକୁ ମିଲର୍ସ ମାନିଛନ୍ତି ସତ ହେଲେ ବାରମ୍ବାର ମଣ୍ଡି ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି ।