ମଣ୍ଡିରେ ପଡ଼ିରହିଛି ଧାନ ; ଆଗେଇ ପାରୁନି ରବିଚାଷ

Advertisment

ଜଳସେଚନ ସୁବିଧା ଥିବାରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଚାଷୀ, ଚାଷ କରି ହରଡଘଣାରେ ପଡିଛନ୍ତି । ଆଜି ପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି ହୋଇପାରିନାହିଁ । ପ୍ରତିବର୍ଷ ଧର୍ମଗଡ଼ ବ୍ଲକରେ ୧୮ ହଜାର ହେକ୍ଟର ଜମିରେ ରବିଚାଷ ହୋଇଥାଏ । ସେଥିପାଇଁ କେନାଲରେ ପାଣି ଆସିଲାଣି ।

ଜଳସେଚନ ସୁବିଧା ଥିବାରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଚାଷୀ, ଚାଷ କରି ହରଡଘଣାରେ ପଡିଛନ୍ତି । ଆଜି ପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି ହୋଇପାରିନାହିଁ । ପ୍ରତିବର୍ଷ ଧର୍ମଗଡ଼ ବ୍ଲକରେ ୧୮ ହଜାର ହେକ୍ଟର ଜମିରେ ରବିଚାଷ ହୋଇଥାଏ । ସେଥିପାଇଁ କେନାଲରେ ପାଣି ଆସିଲାଣି ।

Farming

Farming Photograph: (Kanak news)

କନକ ବ୍ୟୁରୋ : ଗତବର୍ଷ କଳାହାଣ୍ଡି ଜିଲ୍ଲାରେ ବହୁ ବିଳମ୍ବରେ ଖରିଫ ଧାନ  କିଣା ଆରମ୍ଭ ହୋଇଥିଲା । ବର୍ତ୍ତମାନ ବି ବହୁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇ ଥିବା ବେଳେ ବର୍ତ୍ତମାନ ରବି ଚାଷ ପାଇଁ କେନାଲ ପାଣି ଯୋଗାଣ ହୋଇ ବହୁ ଦିନ ବିତି ଯାଇଛି ମାତ୍ର ବର୍ତ୍ତମାନ ବି ଚାଷି ରବି ଚାଷ ଆରମ୍ଭ କରି ନ ଥିବାରୁ ଚାଷି ମଣ୍ଡିରେ ଧାନ ବିକ୍ରି କରିବ କି ରବି ଚାଷ କରିବ ଚିନ୍ତାରେ ରହିଛି ।  

ଜଳସେଚନ ସୁବିଧା ଥିବାରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଚାଷୀ, ଚାଷ କରି ହରଡଘଣାରେ ପଡିଛନ୍ତି । ଆଜି ପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି ହୋଇପାରିନାହିଁ । ପ୍ରତିବର୍ଷ ଧର୍ମଗଡ଼ ବ୍ଲକରେ ୧୮ ହଜାର ହେକ୍ଟର ଜମିରେ ରବିଚାଷ ହୋଇଥାଏ । ସେଥିପାଇଁ କେନାଲରେ ପାଣି ଆସିଲାଣି । ହେଲେ ଏବେ ବି ବହୁ ଚାଷୀ ଚାଷ କରିପାରିନାହାନ୍ତି । କାରଣ ସେମାନଙ୍କ ସମୟ ଜମି ବଦଳରେ ମଣ୍ଡିରେ ବିତୁଛି । ଖରିଫ ମଣ୍ଡି ଖୋଲିବାରେ ବିଳମ୍ୱ ଯୋଗୁଁ ଧାନ ବିକି ରବି ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ଅଡ଼ୁଆରେ ପଡ଼ିଛନ୍ତି । ଅର୍ଥାଭାବରୁ ରବି ଫସଲ ପ୍ରାୟତଃ ଆରମ୍ଭ କରି ନଥିବା ଦେଖିବାକୁ ମିଳିଛି । ମାତ୍ର ୧୦% ଜମିରେ ପାଣି ମଡ଼ାଇ ଚାଷ ଅନୁକୂଳ କରିଛନ୍ତି ।

ଅଧିକ ପଢ଼ନ୍ତୁ---ବଜେଟର ବଡ଼ ଖବର: କ’ଣ ଶସ୍ତା ଓ କ’ଣ ମହଙ୍ଗା?

ଇନ୍ଦ୍ରାବତୀ ପ୍ରକଳ୍ପ, ମେଗା ଲିଫ୍ଟ ଯୋଗୁଁ ୩୯ ହଜାର ହେକ୍ଟର ଜଳସେଚନ ବ୍ୟବସ୍ଥା ଥିବାରୁ ଚାଷୀ ବର୍ଷକୁ ୨ଥର ଧାନ ଚାଷ କରି ବେଶ୍‌ ଲାଭବାନ ହୋଇଥାନ୍ତି । ମଣ୍ଡିରେ ଧାନ ବିକ୍ରିରେ ବିଳମ୍ବ ଲାଗି ରବି ଚାଷ ଆଗେଇ ପାରୁନାହିଁ । ଏହାକୁ ନେଇ ବିରୋଧୀ ଦଳ ନେତାମାନେ ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରିଛନ୍ତି । ଆସ୍ତନ୍ତା ୩ତାରିଖରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି କହିଛନ୍ତି ବିଜୁ ଜନତା ଦଳ ବ୍ଲକ ସଭାପତି । ସ୍ଥାନୀୟ ପ୍ରଶାସନ ଚାଷୀ ସମସ୍ୟାକୁ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଏଡାଇ ଦିଆ ଯାଇନପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe