କନକ ବ୍ୟୁରୋ : ଖରାପ ରାସ୍ତା ପାଇଁ ନିଆରା ପ୍ରତିବାଦ । ରାସ୍ତାରେ ରୋଇଲେ ଧାନ ତଳି । ବାଲେଶ୍ଵର ଜିଲ୍ଲା ରେମୁଣାର ଇଏ ହେଉଛି ଦୃଶ୍ୟ । ରେମୁଣା ବଡପାଳ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗାଁରେ ଭଲ ରାସ୍ତା ଖଣ୍ଡେ ନାହିଁ । ବର୍ଷାଦିନେ ତ ଅବସ୍ଥା ଅସମ୍ଭାଳ । ଏବେ ଗତ ୨ ଦିନ ଧରି ବର୍ଷା ପରେ ରାସ୍ତାର ଅବସ୍ଥା ଏମିତି । କାଦୁଅ ପଚପଚ ହୋଇଯାଇଥିବାରୁ ଯାତାୟତ ଯୋଗ୍ୟ ନୁହେଁ । ତେଣୁ ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ ।
ବର୍ଷ ବର୍ଷ ଧରି ଶ୍ରୀକୃଷ୍ଣପୁର ଗାଁରେ ଏଭଳି ରାସ୍ତା ସମସ୍ୟା ଦେଖାଦେଇଛି । ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନକୁ ବାରମ୍ବାର ଜଣାଇଛନ୍ତି । ଶେଷରେ ସରକାରୀ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇ ଏଭଳି ଭିନ୍ନ ତରିକାରେ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ ଧାନ ଗଛ ଲଗାଇଛନ୍ତି । ରାସ୍ତା ଉପରେ ଏପରି ଧାନ ତଳି ରୁଆ ହୋଇଛି ଯେ, ଯେକେହି ବି ଦେଖିଲେ କହିବ ଏହା ଏକ ଧାନ ବିଲ, କିନ୍ତୁ ବାସ୍ତାବରେ ତାହା ହେଉଛି ଶ୍ରୀକୃଷ୍ଣପୁର ଗାଁକୁ ଯିବା ପାଇଁ ରାସ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/19/54-2025-08-19-13-40-11.jpg)