କନକ ବ୍ୟୁରୋ: ଆଉ ଦିନ କେଇଟାର ଅପେକ୍ଷା ଧୁମଧାମରେ ନୂଆଁଖାଇ ପାଳନ କରିବ ପଶ୍ଚିମ ଓଡ଼ିଶା । ଆରମ୍ଭ ହେଲାଣି ପ୍ରସ୍ତୁତି , ଚାଷୀ ଅମଳ କଲେଣି ସାରିଆ ଧାନପଶ୍ଚିମ ଓଡ଼ିଶାର ମହାନ କୃଷିଭିତିକ ଗଣପର୍ବ ନୂଆଁଖାଇ। ଆଉ ଦିନ କେଇଟା ରହିଲା ଏହି ନୂଆଁଖାଇ ପର୍ବ। ସେଥିପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା। ଘରେ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ପ୍ରସ୍ତୁତି ଭିତରେ ନୂଆ ଖାଇ ପାଇଁ ଦରକାର ପଡ଼େ ନୂଆ ଧାନ, ଆଉ ନୂଆ ଧାନ ପାଇଁ ଅକ୍ଷୟତୃତୀୟାରୁ ଚାଷ ଆରମ୍ଭ କରନ୍ତି କିଛି ଚାଷୀ। ସେହି ଧାନରୁ ପ୍ରସ୍ତୁତ ଚାଉଳ ପ୍ରଥମେ ମା ସମଲେଇଙ୍କ ପାଖରେ ଅନ୍ନ ଭୋଗ ଲାଗିଲା ପରେ ଘରେ ଘରେ ପାଳିତ ହୁଏ ନୂଆଁଖାଇ ପର୍ବ । ତେବେ ସମ୍ବଲପୁର କୁଚିଣ୍ଡାରେ ଏବେ ନୂଆଁଖାଇ ଧାନ ବା ସାରିଆ ଧାନକୁ ଚାଷୀ ଅମଳ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us