ଧାନ ଅମଳ ସରିଲାଣି ହେଲେ ଖୋଲିନି ମଣ୍ଡି । ମିଲର୍ସଙ୍କ ଦାବି ଯୋଗୁଁ ଦ୍ୱନ୍ଦ୍ୱରେ କଳାହାଣ୍ଡିର ଚାଷୀ. ଫାଇଦା ଉଠାଉଛନ୍ତି ଦଲାଲ

Advertisment

ଅକ୍ଟୋବର ଶେଷ ସପ୍ତାହରୁ କଳାହାଣ୍ଡିରେ ଧାନ ଅମଳ କଲେଣି ଚାଷୀ । ଖଳାରେ ପଡ଼ିଛି ଅମଳ ଧାନ । ତେଣେ ଖୋଲିନି ମଣ୍ଡି । ସରକାରଙ୍କ ନିର୍ଦ୍ଧାରିତ ସମୟ ଆସନ୍ତା ୨୯ରେ ଖୋଲିବ କି ନାହିଁ? ଦ୍ୱନ୍ଦ୍ୱ ପଡ଼ି ଯାଇଛନ୍ତି ଚାଷୀ। କାରଣ ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଥିବା ମିଲର କହିଛନ୍ତି ଦାବି ପୂରଣ ନହେବା ଯାଏଁ ଧାନ ଉଠାଇବେ ନାହିଁ । ଏଭଳି ସ୍ଥିତିରେ ଚାଷୀଙ୍କ ଅସହାୟତାର ଫାଇଦା ଉଠାଉଛନ୍ତି ଦଲାଲ ।

gdrgrgdrr

କନକ ବ୍ୟୁରୋ : ଚାଷୀ ଧାନ ଅମଳ କରି ସାରିଛନ୍ତି ।  ଅମଳ ସାରିଥିବା ବେଳେ ଏଯାଏଁ ମଣ୍ଡି ଖୋଲି ନଥିବାରୁ ଦଲାଲଙ୍କ ହାତରେ ସାଗ ମାଛ ଦରରେ ଧାନ ବିକ୍ରି କରି ଦେଉଛନ୍ତି ଚାଷୀ । ସେପଟେ ଆସନ୍ତା ୨୯ ତାରିଖରୁ ଜିଲ୍ଲାରେ ଖରିପ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ମିଲର୍ସଙ୍କ ୮ଗୋଟି ଦାବି ପୁରଣ ନହେଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସେମାନେ ସାମିଲ ହେବେ ନାହିଁ ବୋଲି ଅଡି ବସିଛନ୍ତି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ ।

ଅକ୍ଟୋବର ଶେଷ ସପ୍ତାହରୁ କଳାହାଣ୍ଡିରେ ଧାନ ଅମଳ କଲେଣି ଚାଷୀ । ଖଳାରେ ପଡ଼ିଛି ଅମଳ ଧାନ । ତେଣେ ଖୋଲିନି ମଣ୍ଡି । ସରକାରଙ୍କ ନିର୍ଦ୍ଧାରିତ ସମୟ ଆସନ୍ତା ୨୯ରେ ଖୋଲିବ କି ନାହିଁ? ଦ୍ୱନ୍ଦ୍ୱ ପଡ଼ି ଯାଇଛନ୍ତି ଚାଷୀ। କାରଣ ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଥିବା ମିଲର କହିଛନ୍ତି ଦାବି ପୂରଣ ନହେବା ଯାଏଁ ଧାନ ଉଠାଇବେ ନାହିଁ । ଏଭଳି ସ୍ଥିତିରେ ଚାଷୀଙ୍କ ଅସହାୟତାର ଫାଇଦା ଉଠାଉଛନ୍ତି ଦଲାଲ । ଗାଁ ଗାଁରେ ବୁଲି ଖୁବ୍ କମ୍ ଦରରେ କିଣି ନେଉଛନ୍ତି ଧାନ । ଶୀତ କାକରରେ ପଡିଥିବା ଧାନର ମାନ ନଷ୍ଟ ହୋଇଯିବା ଭୟରେ ଚାଷୀ ଦଲାଲଙ୍କ ହାତରେ ପରିଶ୍ରମର ମୁଲକୁ ଟେକି ଦେଉଛନ୍ତି।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ୨୧୯ଟି ମଣ୍ଡି ଜରିଆରେ ୫୦ଲକ୍ଷ ୮୮ ହଜାର କ୍ଵିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ୧ ଲକ୍ଷ ୭୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ପ୍ରାୟ ୪୦% ଚାଷୀଙ୍କ ଧାନ ଅମଳ ହୋଇ ସାରିଲାଣି । ମଣ୍ଡି ଖୋଲି ନଥିବାରୁ ସରକାରୀ ଦରରେ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ ବିକିବା ବଦଳରେ, ୨ ହଜାର ଟଙ୍କାରେ ଦଲାଲଙ୍କୁ ବିକ୍ରି କରିଦେଉଛନ୍ତି ଚାଷୀ । ଧାନକିଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ମିଲର୍ସ ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe