ମୌସୁମୀ ବର୍ଷାରେ ଉଜୁଡ଼ିଗଲା ଧାନ ଫସଲ ; ଚାଷୀ ମୁଣ୍ଡରେ ଚଡ଼କ

 ଲଘୁଚାପ ଓ ମୌସୁମୀ ବର୍ଷା ପ୍ରଭାବରେ ସାରା ରାଜ୍ୟ ବେହାଲ । ଉଜୁଡ଼ିଗଲା ଧାନ ଫସଲ, ବିଲରେ ଲହଡି ଭାଙ୍ଗୁଛି ପାଣି, ଗଜା ହେଲାଣି ଧାନ

 ଉଜୁଡ଼ିଲା ଚାଷୀଙ୍କ ଭାଗ୍ୟ

ଉଜୁଡ଼ିଲା ଚାଷୀଙ୍କ ଭାଗ୍ୟ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବର୍ଷା ଖରା ତାତିରୁ ଆଶ୍ବସ୍ତି ଦେଇଛି ସତ, ହେଲେ ଚାଷୀଙ୍କ ପରିଶ୍ରମକୁ ଧୋଇ ଦେଇଛି । ବରଗଡ଼ରେ ବର୍ଷାରେ ଭିଜି ଗଜା ହୋଇଗଲାଣି ଧାନ । ସେପଟେ ସମ୍ବଲପୁରରେ ଚାଷୀ ରାସ୍ତାରେ ଶୁଖାଇଥିବା ଧାନ ବର୍ଷାରେ ଭିଜିଯାଇଛି । ମୋହନାରେ ମାଟି ଅତଡ଼ା ଖସିଥିବା ବେଳେ ବୌଦ୍ଧରେ ପୋଲ ଉପରେ ପାଣି ଚାଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।   

ଲଘୁଚାପ ବର୍ଷା ଉଜାଡ଼ିଦେଲାଣି ରବି ଫସଲ । କେଉଁଠି ପାଚିଲା ଧାନ ଗଜା ହୋଇଗଲାଣି ତ କେଉଁଠି ପାଣିରେ ପଡ଼ି ପଚିଗଲାଣି । ଆଉ କେଉଁଠି ଚାଷୀ ମଣ୍ଡିକୁ ନେବା ପାଇଁ ଧାନକୁ ରାସ୍ତାରେ ଶୁଖାଇବା ବେଳେ ବର୍ଷା ଭିଜାଇ ଦେଇଛି ।  ବରଗଡ଼ ବ୍ଲକ ଗୋବିନ୍ଦପାଲିରେ ଚାଷୀ ଦୁଃଖରେ ।  କଟା ଧାନ ବିଲରେ ପଡ଼ିଥିବା ବେଳେ ବର୍ଷାରେ ଭିଜି ସବୁ ନଷ୍ଟ ହୋଇଗଲାଣି । ଯାହା କିଛି ଅମଳ ହୋଇ ଖଳାକୁ ଆସିଛି, ତାହା ମଧ୍ୟ ବର୍ଷାରେ ଭିଜିଯାଇଛି । ଏହି ଗଜା ଧାନକୁ ନେଇ କ’ଣ କରିବେ, ତାକୁ ନେଇ ଚିନ୍ତାରେ ଚାଷୀ । ସେପଟେ ସମ୍ବଲପୁରରେ କ୍ବିଣ୍ଟାଲ କ୍ବିଣ୍ଟାଲ ଅମଳ ଧାନ ରାଜରାସ୍ତାରେ ଓଦା ହେଉଥିବା ଦେଖିବାକୁ ମିଳିଛି । ଓଦା ଧାନ ରାସ୍ତାରେ ଶୁଖାଇଥିବା ବେଳେ ବର୍ଷା ଆହୁରି ଦୁଃଖ ବଢ଼ାଇଦେଇଛି । ଅମଳ ହୋଇଥିବା ଓଦା ଧାନ ମିଲ୍‌କୁ ନେଲେ ମିଲର୍ସ ଅଧିକ କଟନୀଛଟନୀ କରୁଥିବା ଅଭିଯୋଗ ହେଉଛି ।  ବର୍ଷାଜନିତ କ୍ଷୟକ୍ଷତିର ଭରଣା ପାଇଁ ସରକାରଙ୍କୁ ସହାୟତା ମାଗିଛନ୍ତି ଚାଷୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe