ମେଳନ ପଡ଼ିଆରେ ବିଶ୍ୱାସ ଓ ପରମ୍ପରାର ଭିଡ଼; ଚିଲିକା ଟାପୁରେ ୨୪ ମୌଜାର ଦୋଳ ମେଳନ

Advertisment

ଚିଲିକା ଟାପୁରେ ଦୋଳ ମେଳଣ । ଏକାଠି ହୋଇଛନ୍ତି ୨୪ ମୌଜାର ୨୩ ବିମାନ । କାହିଁ କେତେ ବର୍ଷ ତଳର ପରମ୍ପରା ପଞ୍ଚୁଦୋଳ ମେଳନ । ଚିଲିକାର ନିଳ ଜଳ ରାଶିରେ ସବୁ ଠାକୁରଙ୍କୁ ବିମାନରେ କାନ୍ଧେଇ ଆଣିବାର ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି ।

ଚିଲିକା ଟାପୁରେ ଦୋଳ ମେଳଣ । ଏକାଠି ହୋଇଛନ୍ତି ୨୪ ମୌଜାର ୨୩ ବିମାନ । କାହିଁ କେତେ ବର୍ଷ ତଳର ପରମ୍ପରା ପଞ୍ଚୁଦୋଳ ମେଳନ । ଚିଲିକାର ନିଳ ଜଳ ରାଶିରେ ସବୁ ଠାକୁରଙ୍କୁ ବିମାନରେ କାନ୍ଧେଇ ଆଣିବାର ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି ।

Pachhundi Dola Melana 2024

Photograph: (kanak news)

କନକ ବ୍ୟୁରୋ : ବିଶ୍ୱାସ ଆଧ୍ୟାତ୍ମିକତାର ମିଶ୍ରଣର ପର୍ବ ପଞ୍ଚୁଦୋଳ ମେଳନ । ଏବେ ଗାଁ ଗାଁରେ ଜମୁଛି ମେଳଣ । ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ବସାଇ ମେଳନ ପଡ଼ିଆକୁ ନିଅନ୍ତି ଶ୍ରଦ୍ଧାଳୁ । ଯାହା ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

ଚିଲିକା ଟାପୁରେ ଦୋଳ ମେଳଣ । ଏକାଠି ହୋଇଛନ୍ତି ୨୪ ମୌଜାର ୨୩ ବିମାନ । କାହିଁ କେତେ ବର୍ଷ ତଳର ପରମ୍ପରା ପଞ୍ଚୁଦୋଳ ମେଳନ । ଚିଲିକାର ନିଳ ଜଳ ରାଶିରେ ସବୁ ଠାକୁରଙ୍କୁ ବିମାନରେ କାନ୍ଧେଇ ଆଣିବାର ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି । ଅନ୍ୟ ସବୁ ସ୍ଥାନରେ କେବଳ ହରି ଓ ହରଙ୍କୁ ଏକାଠି କରାଯାଉଥିବା ବେଳେ ଏଠାରେ ମା' ପାର୍ବତୀଙ୍କୁ ବି ବିମାନରେ ବସାଇ ମେଳଣ ପଡିଆକୁ ଅଣାଯାଇଥାଏ । ଏଭଳି ଦୃଶ୍ୟ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି ।

ଖୋର୍ଦ୍ଧା ବାଣପୁର ପଲଟଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଐତିହାସିକ ପଞ୍ଚୁଦୋଳ ମେଲଣ । ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁରର ଆରାଧ୍ୟ ଦେବୀ କାଠି ଠାକୁରାଣୀ ମା’ ଭଗବତୀ ଓ ବାଲୁଗାଁର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଉମାମହେଶ୍ୱର ମନ୍ଦିରରୁ ବାହାରି ପଞ୍ଚୁଦୋଳ ଯାତ୍ରା କରିଥିଲେ । ୭୮ଟି ସୁସଜ୍ଜିତ ଦୋଳ ବିମାନ ଆଲୋକମାଳା ଓ ବିରାଟ ପାଟପଟୁଆରରେ ଆସି ମେଳଣ ପଡ଼ିଆରେ ପହଞ୍ଚିଥିଲା । ଲକ୍ଷାଧିକ ଭକ୍ତ ଏହି ପଞ୍ଚୁଦୋଳ ଯାତ୍ରାରେ ସାମିଲ ହୋଇଥିଲେ ।

ଯାଜପୁର ବ୍ୟାସନଗରର ପ୍ରସିଦ୍ଧ କୋପଣ୍ଡ ରାଧାକୃଷ୍ଣଜୀଉ ମେଲଣ ଉତ୍ସବ । ୪୮ବର୍ଷରେ ପଦାର୍ପଣ କରିଥିବା ଏହି ଦୋଳ ମେଲଣକୁ ବେଶ୍ ଧୁମଧାମରେ ପାଳିଛନ୍ତି କୋପଣ୍ଡବାସୀ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୋଳ ବିମାନ ଆସି ମେଲଣରେ ସାମିଲ ହୋଇଥିଲେ । ବିମାନରେ ପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଥିଲେ ଭକ୍ତ । ଭଜନ କୀର୍ତ୍ତନ ଓ ପାରମ୍ପରିକ ନୃତ୍ୟ ଗୀତରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଞ୍ଚଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe