କନକ ବ୍ୟୁରୋ: ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ମନା । ଏହି ବଡ଼ ଘୋଷଣା କରିଛି ଓୟୋ। କମ୍ପାନୀ ତା’ର ଚେକ-ଇନ୍ ନିୟମରେ ବଡ଼ ପରିବର୍ତ୍ତନ କରିବା ସହ ହୋଟେଲରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ନୂଆ ନିୟମ ଅନୁସାରେ, ଅବିବାହିତ ଦମ୍ପତି ଏବେ ରୁମ୍ ବୁକ କରିପାରିବେ ନାହିଁ । ନୂଆ ବର୍ଷର ନୂଆ ଗାଇଡଲାଇନ୍ ଲାଗୁ ହୋଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, କୌଣସି ଓୟୋ ହୋଟେଲରେ ଚେନ୍-ଇନ୍ କରିବା ସମୟରେ ଜଣେ ଦମ୍ପତି ସେମାନଙ୍କ ସମ୍ପର୍କର ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ । ଅନଲାଇନ୍ ବୁକ ବେଳେ ମଧ୍ୟ ଏହି ନିୟମ ଲାଗୁ ହେବ ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ନିୟମ କେବଳ ମେରଟର ଓୟୋ ହୋଟେଲ ଗୁଡ଼ିକ ପାଇଁ ଲାଗୁ ହେବ । କିନ୍ତୁ ରିପୋର୍ଟ ଅନୁସାରେ, ଯଦି ଏଠାରେ କମ୍ପାନୀକୁ ଭଲ ଫିଡବ୍ୟାକ ମିଳେ, ତାହେଲେ ଏହି ନିୟମକୁ ବାକି ସହର ଗୁଡ଼ିକରେ ଲାଗୁ କରିବା ଉପରେ ବିଚାର କରିବେ । ଓୟୋ ପକ୍ଷରୁ ଆହୁରି କୁହାଯାଇଛି ଯେ ମେରଟ ବାସିନ୍ଦା, ଅବିବାହିତ ଦମ୍ପତିଙ୍କୁ ହୋଟେଲ ନଦେବାକୁ ଅପିଲ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।