କନକ ବ୍ୟୁରୋ: ପୃଥିବୀରେ ଘଟିବାକୁ ଯାଉଛି ବିରଳ ଘଟଣା । ଖୁବଶୀଘ୍ର ଶେଷ ହୋଇଯିବ ଅକ୍ସିଜେନ୍ । ଅକ୍ସିଜେନ୍ ବିନା ଛଟପଟ ହେବେ କୋଟି କୋଟି ଜନତା । କିଛି ଏମିତି ଆକଳନ କରିଛନ୍ତି ବୈଜ୍ଞାନିକ । ଥରେ ଚିନ୍ତା କରନ୍ତୁ, ଗୋଟିଏ ସେକେଣ୍ଡ ପାଇଁ ଅକ୍ସିଜେନର ଅଭାବ ରହିଲେ ଆମେମାନେ କେମିତି ଅଣନିଶ୍ବାସୀ ହୋଇଯାଆନ୍ତି…ଆଉ ପୂରା ଅକ୍ସିଜେନ୍ ଯେବେ ସରିଯିବ ତାହେଲେ ସ୍ଥିତି କଣ ହେବ ଥରେ ଚିନ୍ତା କରନ୍ତୁ ତ...
ଘଟିବାକୁ ଯାଉଛି ଭୟଙ୍କର ଘଟଣା !
ଖୁବଶୀଘ୍ର ପୃଥିବୀରୁ ସରିବ ଅକ୍ସିଜେନ୍ !
ଛଟପଟ ହେବେ ଜନତା !
ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପାଦ ଦେଲାଣି ମଣିଷ
ହେଲେ ପୃଥିବୀ ଅବସ୍ଥା ଗମ୍ଭୀର
ପୃଥିବୀ ଛଡ଼ା ଅନ୍ୟ କୌଣସି ଗ୍ରହରେ ଜୀବଜଗତ ସୃଷ୍ଟି ହୋଇପାରିବ କି ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିଲା ବହୁଦିନ ତଳେ । ହେଲେ ଏବେ ବିଜ୍ଞାନ କେତେ ଆଗକୁ ଗଲାଣି ତାହା ଆମେ ସମସ୍ତେ ଜାଣନ୍ତି । ଚନ୍ଦ୍ରରେ ଆମେରିକା, ଚୀନ ଓ ଭାରତ ପରି ଦେଶର ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି । ଚନ୍ଦ୍ରଯାନର ବି ସଫଳ ପରୀକ୍ଷଣ ହେଉଛି । ସେପଟେ ମଙ୍ଗଳ ଗ୍ରହରେ ବି ଗବେଷଣା ଚାଲିଛି । ହେଲେ ଏହାରି ଭିତରେ ବୈଜ୍ଞାନିକମାନେ ଯେଉଁପରି ଭାବରେ ଅନୁସନ୍ଧାନ କରି କହିଲେଣି ଅକ୍ସିଜେନ୍ କମିଯିବ ବୋଲି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
- ଗବେଷଣା କଲେ
- ସତର୍କ କରାଇଲେ
ଜୀବଜଗତ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏକ କେସ୍ ଷ୍ଟଡି କରିଥିଲେ । ଯେଉଁଥିରେ ସେମାନେ ଦାବି କରିଛନ୍ତି କି ଦିନେ ଏମିତି ସମୟ ଆସିବ ପୃଥିବୀରେ ଅକ୍ସିଜେନ୍ ସରିଯିବ । ଜୀବଜଗତ ଲୋପ ପାଇଯାଇପାରେ । ଏହାସହ ବୈଜ୍ଞାନିକମାନେ କହିଛନ୍ତି, ମଣିଷଙ୍କ ସହ ଅନ୍ୟ ଜୀବମାନେ ବଞ୍ଚିବା ପାଇଁ ହେଲେ ଅକ୍ସିଜେନ୍ର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଜୀବବିଜ୍ଞାନର ବୈଜ୍ଞାନିକମାନେ କହିଛନ୍ତି, ଦିନ ଏମିତି ଆସିବ ପୃଥିବୀରେ କେବଳ ମିଥେନ ଗ୍ୟାସ ଭରପୂର ହୋଇଥିବ । ହେଲେ ଅକ୍ସିଜେନ୍ ଆଦୌ ନଥିବ । ଏମିତି ବିଚିତ୍ର ସ୍ଥିତି ଉପୁଯିବାରେ ବେଶୀ ଦିନ ନାହିଁ ବୋଲି ଚେତାଇ ବି ଦେଇଛନ୍ତି । ତେବେ ଏହାର ମୁଖ୍ୟ କାରଣ ସୌର ପ୍ରଭାବ ଥିବ ହିଁ ରହିବ ।
- ସୂର୍ଯ୍ୟଙ୍କ ବୟସ ବଢୁଛି
- ତାରାଙ୍କ ଉଜ୍ଜ୍ବଳ ବଢିବ
କେବଳ ଏତିକି ନୁହେଁ ବରଂ ତାରାଙ୍କ ଉର୍ଜା ବଢିବ । ତେଣୁ ଆକାଶ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଏହାସହ ସୂର୍ଯ୍ୟ ଦିନକୁ ଦିନ ବୁଢ଼ା ହେଉଥିବା ବେଜ୍ଞାନିକନମାନେ କହିବାକୁ ପଛାଇନାହାନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଗାମୀ ଦିନରେ ଏମିତି ସ୍ଥିତି ହେବ ତାହା ନୁହେଁ ବରଂ ପୂର୍ବରୁ ବି ସମାନ ସ୍ଥିତି ପୃଥିବୀରେ ଘଟିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ୨.୪ ଆରବ ବର୍ଷରେ ଏମିତି ଘଟଣା ଘଟିଥିଲା ବୋଲି ଦାବି ବି କରାଯାଇଛି । ସେପଟେ ଆହୁରି ମଧ୍ୟ କୁହାଯାଉଛି କି, ଅତ୍ୟଧିକ ଗରମ ଅନୁଭୂତ ହେବା କାରଣରୁ ମଣିଷ ବଞ୍ଚିବା କଷ୍ଟକର ହୋଇପାରେ । ଏହାସହ ପୃଥିବୀର ଅନେକାଂଶ ନଷ୍ଟ ହେବ ଏବଂ ବିରାଟ ମହାଦ୍ବୀପର ସୃଷ୍ଟି ହେବ । ତେବେ ବୈଜ୍ଞାନିକଙ୍କ ଏମିତି ବୟାନ ପରେ ପୂରା ବିଶ୍ବରେ ଚିନ୍ତା ବଢାଇଛି ।