କନକ ବ୍ୟୁରୋ : ଓଭର ଲୋଡିଂ ଯୋଗୁ ଅଧାରେ ଅଟକିଲା ମାଲକାନଗିରି ଡାକ୍ତରଖାନା ଲିଫ୍ଟ । ଅଳ୍ପକେ ବର୍ତ୍ତିଲେ ଲୋକେ। ଫସିରହିଥିବା ରୋଗୀ ସମ୍ପର୍କୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ । ଲିଫ୍ଟରେ ୧୫ ଜଣ ଯିବାର କ୍ଷମତା ରହିଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ଲୋକେ ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଓଭର ଲୋଡିଂ ଯୋଗୁ ଲିଫ୍ଟର ଶାଫ୍ଟ ଭାଙ୍ଗି ଥିବା ସୁଚନା ମିଳିଛି। ମାଲକାନଗିରି ଜିଲ୍ଲା ମୁଖଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଏ ଯାଏଁ ଲିଫ୍ଟ ଚଳାଚଳ ସ୍ବାଭାବିକ ହୋଇ ନ ଥିବା ଜଣା ପଡିଛି ।
ଓଭର ଲୋଡିଂ ପାଇଁ ଅଧାରେ ଅଟକିଲା ମାଲକାନଗିରି ଡାକ୍ତରଖାନା ଲିଫ୍ଟ, ଅଳ୍ପକେ ବର୍ତ୍ତଲେ ଲୋକ
Advertisment
Follow Us