କନକ ବ୍ୟୁରୋ:  ଅମାନବୀୟ ଢ଼ଙ୍ଗରେ ଶ୍ରମିକ ପରିବହନ ହେଉଛି । ସ୍ଲିପର୍ ବସରେ ୧୨୦ ଯାତ୍ରୀ ପରିବହନ । ବିପଦ ସଙ୍କୁଳ ଅବସ୍ଥାରେ ଗର୍ଭବତୀ । ବସ୍‌ ନଂ ପିୱାଇ ୦୧ ସିଏଲ୍ ୭୫୭୫ । ପୁଦୁଚେରି ରେଜିଷ୍ଟ୍ରେସନ୍ ହୋଇଥିବା ଶ୍ରୀବାଲିଜୀ କମ୍ପାନିର ଏସି ଲକ୍‌ଜରି ବସ୍‌ । ୩୫ ଯାତ୍ରୀ କ୍ଷମତା ବିଶିଷ୍ଟ ଏହି ନାଇଟ୍ ଏକ୍ସପ୍ରେସ୍ ସ୍ଲିପର୍ ବସରେ ଗାଈ ଗୋରୁ ପରି ଲଦାଲଦି ହୋଇ ଯାତ୍ରା କରୁଛନ୍ତି ୧୨୦ ଶ୍ରମିକ । ସେମାନଙ୍କ ମଧ୍ୟରେ ଅଛନ୍ତି ଗର୍ଭବତୀ ମହିଳାଙ୍କ ସମେତ ଛୋଟ ଛୋଟ ପିଲା । ଗୋଟିଏ ୨ ଟିକିଆ ବର୍ଥରେ ୧୨ ରୁ ୧୩ ଯାତ୍ରୀ ଯାଉଥିବାବେଳେ ମଧ୍ୟ ଚଟାଣରେ ମଧ୍ୟ ସୋରିଷ ପକାଇବାକୁ ଜାଗା ନାହିଁ। ବସ୍‌ଟି ହାଇଦ୍ରାବଦରୁ ୧୨୦ ଇଟାଭାଟି ଶ୍ରମିକଙ୍କୁ ନେଇ ବଲାଙ୍ଗିର ଓ କଳାହାଣ୍ଡି ଅଭିମୁଖେ ଯାତ୍ରା କରୁଥିବାବେଳେ ଧରିବା ସହ ତଣ୍ଡ ଆଦାୟ କରିଛନ୍ତି ଟ୍ରାଫିକ୍ ଇନସ୍ପେକ୍ଟର । 

Advertisment

ରାଜ୍ୟରେ ଶେଷ ସୀମା ମାଲାକନଗିରି ମୋଟୁ ଦେଇ କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର ଠାରୁ ଏମିତି ବୁହ ବସ୍‌ ଦୈନିକ ଯାତାୟାତ କରୁଛି । ଆଉ ଏହି ଲାଭଖୋର ମାଲିକଙ୍କ ଟାର୍ଗେଟରେ ଥାନ୍ତି ନିରୀହ ଶ୍ରମିକ । ତେବେ ଦୈନିକ କେତେ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି, ତାହାର ହିସାବ କିତାବ ରାଜ୍ୟ ଶ୍ରମ ବିଭାଗ ପାଖରେ ନାହିଁ । ବସ୍‌ରେ କ୍ଷମତାଠାରୁ କେତେ ଯାତ୍ରୀ ପରିବହନ ହେଉଛନ୍ତି, ତାହାକୁ ନିୟମିତ ତଦାରଖ କରିବା ଦିଗରେ ପରିବହନ ବିଭାଗ ଅସହାୟ ।