କନକ ବ୍ୟୁରୋ: ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ିର ହେବ ସ୍କ୍ରାପିଂ । ଅକ୍ଟୋବର ୧୫ ସୁଦ୍ଧା ୬ ହଜାରରୁ ଅଧିକ ପୁରୁଣା ସରକାରୀ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ୬ହଜାର ୨୪୧ ଗାଡ଼ିକୁ ସ୍କ୍ରାପିଂ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶା ପୁଲିସ ନିକଟରେ ସର୍ବାଧିକ ପୁରୁଣା ଗାଡ଼ି ରହିଛି । ୧୪ ଶହ ୮୩ଟି ଗାଡ଼ି ପୁରୁଣା ଗାଡ଼ି ଓଡ଼ିଶା ପୁଲିସ ବିଭାଗରେ ରହିଛି । ସେହିପରି ଗୃହ ବିଭାଗ ପାଖରେ ୧ହଜାର ୧୮୯ଟି ପୁରୁଣା ଗାଡ଼ି ରହିଛି । ତେବେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ସେ ସ୍ଥାନରେ ନୂଆ ଗାଡ଼ି କିଣିବେ ସରକାର ।
ଓଡ଼ିଶା ପୁଲିସ ପାଖରେ ଅଛି ଅଧିକ ପୁରୁଣା ଗାଡ଼ି, ସବୁ ସ୍କ୍ରାପିଂ ହେବ
ଅକ୍ଟୋବର ୧୫ ସୁଦ୍ଧା ପୁରୁଣା ଗାଡ଼ିର ସରିବ ସ୍କ୍ରାପିଂ । ୧୫ ବର୍ଷରୁ ପୂରୁଣା ୬ ହଜାରୁ ଅଧିକ ସରକାରୀ ଗାଡ଼ିର କରାଯିବ ସ୍କ୍ରାପିଂ । ଓଡ଼ିଶା ପୁଲିସ ପାଖରେ ରହିଛି ସର୍ବାଧିକ ପୁରୁଣା ଗାଡ଼ି ।
/kanak/media/media_files/2025/09/26/08-old-vehicle-2025-09-26-16-06-15.jpg)