9 kõKKõjì Photograph: (9 kõKKõjì)
କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ମିଶନ ଶକ୍ତି ହଟ୍ଟଗୋଳ। ଆଜି ତୃତୀୟ ଦିନରେ ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା। ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ ମାନଙ୍କ ଅଶ୍ଳୀଳ ଇଙ୍ଗିତକୁ ନେଇ ତାତିଛନ୍ତି ଧାରଣାରେ ବସିଥିବା ମିଶନ ଶକ୍ତି ମହିଳା। ବିଧାୟକ ଓ ତାଙ୍କ ସମର୍ଥକ ମାନଙ୍କ ଆଚରଣକୁ ନେଇ ବିଧାୟକଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ମହିଳା। ପଞ୍ଚାୟତ ସମିତି ବୈଠକକୁ ବିଧାୟକ ଯୋଗଦେବା ପାଇଁ ଆସିଥିଲେ ମଧ୍ୟ ଧାରଣାରତ ମହିଳାଙ୍କ ସହିତ କୌଣସି ଆଲୋଚନା କରିନଥିଲେ ବିଧାୟକ। ଅନ୍ୟପଟେ ବ୍ଲକ ପରିସରରକୁ ବିଧାୟକଙ୍କ ସମର୍ଥକ ମାନଙ୍କୁ ଯିବାକୁ ବାରଣ କରିବାରୁ ସ୍ୱାଧୀନ ବିଧାୟକଙ୍କ ସମର୍ଥକ ମାନେ ବ୍ଲକ ଗେଟକୁ ଠେଲାପେଲା କରିବା ସହିତ ଧାରଣାରେ ବସିଥିବା ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାଳନା କରିଥିଲା। ଆଜି ସନ୍ଧ୍ୟାରେ ମହିଳା ମାନଙ୍କ ସମସ୍ୟା ସମାଧାନ ପାଇଁ ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇ ଯୋଗ ଦେଇ ସେମାନଙ୍କ ଦାବିକୁ କଟକ ଜିଲ୍ଲାପାଳ ଓ ମିଶନ ଶକ୍ତି ନିର୍ଦ୍ଦେଶିକାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Follow Us