କନକ ବ୍ୟୁରୋ: ତାମିଲନାଡୁର ତ୍ରିଚି ବିମାନ ବନ୍ଦରରେ କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ବିମାନବନ୍ଦରର କଷ୍ଟମ ପୋଲିସ ଅଧୀକାରୀ । କ୍ୱାଲାଲୁମ୍ପୁରରୁ ଆସିଥିବା ଏକ ପାର୍ସଲରୁ କଷ୍ଟମ ଟିମ୍ ୨୪୪୭ଟି ଜୀବନ୍ତ କଇଁଛ ଉଦ୍ଧାର କରିଛି। 

Advertisment

ଏହି କଇଁଛକୁ କ୍ୱାଲାଲୁମ୍ପୁରରୁ ଭାରତକୁ ଚୋରା ଚାଲାଣ କରାଯାଉଥିଲା। ଏହି କଇଁଛମାନଙ୍କୁ କିଏ ଆଣିଥିଲା ଏବଂ ତ୍ରିଚି ବିମାନ ବନ୍ଦରରୁ ସେମାନଙ୍କୁ କେଉଁଠାରେ ନିଆଯିବ ତାହା ଜାଣିବାକୁ କଷ୍ଟମ ଟିମ୍ ଏବଂ ପୋଲିସ ଚେଷ୍ଟା କରୁଛନ୍ତି ।କଷ୍ଟମ ଅଧିକାରୀଙ୍କ କହିବାନୁସାରେ, କୁଆଲାଲମ୍ପୁରରୁ ତ୍ରିଚି ବିମାନବନ୍ଦରକୁ ଏକ ବିମାନରେ କଇଁଛ ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା। ଏହି ବିମାନରେ ବିପୁଳ ପରିମାଣର କଇଁଛ ରଖାଯାଇଛି ବୋଲି କଷ୍ଟମ ଅଧୀକାରୀଙ୍କୁ ସୂଚନା ମିଳିଥିଲା। 

ସୂଚନା ମିଳିବା ମାତ୍ରେ କଷ୍ଟମ ଟିମ୍ ବିମାନ ଅବତରଣ କରିବା ମାତ୍ରେ ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଚକୋଲେଟ୍ ର କିଛି ସନ୍ଦେହଜନକ ବକ୍ସ ଦେଖିବାକୁ ମିଳିବା ପରେ ଟିମ୍ ସେଗୁଡ଼ିକୁ ଖୋଲିଥିଲା। ଏହି ସବୁ ବକ୍ସରେ କଇଁଛରେ ଭର୍ତ୍ତି ହୋଇଥିଲା, ୨୪୪୭ଟି କଇଁଛକୁ ଉଦ୍ଧାର କରାଯାଇଥିଲା ।ତେବେ ଚକୋଲେଟ୍ ବକ୍ସରେ ଚୋରା ଚାଲାଣର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ଚକୋଲେଟ୍ ବକ୍ସରେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ତ୍ରିଚି ବିମାନ ବନ୍ଦରରେ ଏଭଳି ୩ରୁ ୪ଟି ମାମଲା ସାମ୍ନାକୁ ଆସିଛି। ତେବେ ପ୍ରଥମ ଥର ପାଇଁ ଚକୋଲେଟ୍ ବକ୍ସରେ କଇଁଛ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି। ଉଦ୍ଦାର କରାଯାଇଥିବା କଇଁଛକୁ ବନ ବିଭାଗକୁ ହସ୍ତାନର କରାଯାଇଥିଲା