କନକ ବ୍ୟୁରୋ: ’ଅପରେସନ୍ ସିନ୍ଦୂର’ ପରେ ବିମାନ ଚଳାଚଳ ବନ୍ଦ କରାଯାଇଛି । ବିମାନ ଯାତ୍ରା ପାଇଁ ନୂଆ ଆଡଭାଇଜରୀ ଜାରି କରିଛନ୍ତି ସରକାର । ମେ ୧୦ ତାରିଖ ଯାଏଁ ଦେଶର ୧୨ଟି ଏୟାରପୋର୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଜମ୍ମୁ, ଅମୃତସର, ଚଣ୍ଡିଗଡ, ରାଜକୋଟ, ଭୁଜ୍ , ଶ୍ରୀନଗର, ଲେହ, ଜାମନଗର,ଯୋଧପୁର , ଚଣ୍ଡିଗଡ, ପଠାନକୋଟ, ଜୈସଲମେର ବିମାନବନ୍ଦର ଗୁଡିକରେ ବିମାନ ଉଡାଣ ବନ୍ଦ ରହିଛି । ଇଣ୍ଡିଗୋ ଏୟାରଲାଇନ୍ସର ୧୬୦ଟି ବିମାନ ସହ ସ୍ପାଇସ୍ ଜେଟ୍, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଅକାଶା ଏୟାର, ସହ କିଛି ବିଦେଶ ବିମାନକୁ ମଧ୍ୟ ବାତିଲ କରାଯାଇଛି । ତେବେ ଏନେଇ ବେସାମରିକ ବିଭାଗ ପକ୍ଷରୁ ନୂଆ ଆଡଭାଇଜରୀ ଜାରି କରାଯାଇଛି ।
ମେ ୧୦ ଯାଏଁ ବନ୍ଦ ରହିବ ଏୟାରପୋର୍ଟ : ଟ୍ରାଭେଲ ଆଡଭାଇଜରୀ ଜାରି କଲେ ସରକାର
’ଅପରେସନ୍ ସିନ୍ଦୂର’ ପରେ ବିମାନ ଚଳାଚଳ ବନ୍ଦ କରାଯାଇଛି । ବିମାନ ଯାତ୍ରା ପାଇଁ ନୂଆ ଆଡଭାଇଜରୀ ଜାରି କରିଛନ୍ତି ସରକାର । ମେ ୧୦ ତାରିଖ ଯାଏଁ ଦେଶର ୧୨ଟି ଏୟାରପୋର୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।
/kanak/media/media_files/2025/05/07/eeXSsOBHpBhSskqHbF27.jpg)