କନକ ବ୍ୟୁରୋ : ସୁଭଦ୍ରା ଯୋଜନାକୁ ନେଇ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଅଯୋଗ୍ୟ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ପୁନଃ ଯାଞ୍ଚ ପାଇଁ ମୋହର ମାରଛନ୍ତି ସରକାର । ଏଥିପାଇଁ ନୋଡାଲ ଏଜେନ୍ସି ଗଠନ ହୋଇଛି । ଅନ୍ୟପଟେ ନଭେମ୍ବର ଓ ଡିସେମ୍ବରରେ ପର୍ଯ୍ୟାୟ କ୍ରମେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସ୍ପଷ୍ଟ କରିଛନ୍ତି ସରକାର ।

Advertisment

ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସ୍ପଷ୍ଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅର୍ଥାତ ଆବେଦନ କରିଥିବା ମହିଳାଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତଙ୍କୁ ଏହି ଯୋଜନାର ମିଳିବ ଲାଭ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ମିଳିଛି ପ୍ରଥମ କିସ୍ତିର ଟଙ୍କା ।

କୋଟିଏ ମହିଳାଙ୍କୁ ସୁଭଦ୍ରା ଟଙ୍କା

-ନଭେମ୍ବର ଶେଷ ସପ୍ତାହରେ ମିଳିବ ତୃତୀୟ ପର୍ୟ୍ୟାୟ ସୁଭଦ୍ରା ଟଙ୍କା
-ଆଉ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ହେବେ ଉପୃକତ
-ଡିସେମ୍ବର ସୁଦ୍ଧା ମିଳିବ ଚତୁର୍ଥ ପର୍ୟ୍ୟାୟ ଟଙ୍କା
-୧ କୋଟି ଟପିବ ହିତାଧିକାରୀଙ୍କ ସଂଖ୍ୟା

ନୂଆ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ସହ ଅଯୋଗ୍ୟ ଆବେଦନକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ଯୋଡିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବିଭିନ୍ନ କାରଣରୁ ବାଦ୍ ପଡିଥିବା ଅଯୋଗ୍ୟ ଆବେଦନକାରୀଙ୍କ ଆବେଦନକୁ ପୁଣିଥରେ ତଜର୍ମା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

-ଆବେଦନର ପୁନଃ ଯାଞ୍ଚ ପାଇଁ ଜିଲ୍ଲା ସ୍ତରରେ ହୋଇଛି ନୋଡାଲ ଏଜେନ୍ସି
-ବିଡ଼ିଓ, ତହସିଲଦାର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନେଇ କମିଟି ଗଠନ
-ବ୍ୟାଙ୍କ ଲିଙ୍କ୍ ନଥାଇ କଟିଥିଲେ ହିତାଧିକାରୀ ବ୍ୟାଙ୍କ ସହ ଯୋଗାଯୋଗ କରି ରଖିବେ ସ୍ପଷ୍ଟୀକରଣ
-ଅଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରେ ଥିବା ଏମବିକେ, ସିଆରପି ଓ ଅଙ୍ଗନବାଡି କର୍ମୀଙ୍କର ହେବ ପୁନଃ ଯାଞ୍ଚ

ଅନ୍ୟପଟେ ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ୨ଟି କିସ୍ତିରେ ୫୦ ହଜାର ଦେବାକୁ କହି ମାସକୁ ୮୨୬ ଟଙ୍କା ଦେଉଥିବାରୁ ଏହାର ଜବାବ ମହିଳା ଦେବେ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ନ ମିଳିବା ଯାଏଁ ଆବେଦନ କରିପାରିବେ ମହିଳା । ନୂଆ ଗାଇଡଲାଇନ ଆସିବା ପରେ ଆବେଦନ ସଂଖ୍ୟା ଆହୁରି ବୃଦ୍ଧି ପାଇବ ।