କନକ ବ୍ୟୁରୋ: ବିଗତ ୧୪ ମାସ ମଧ୍ୟରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ TPCODL ଅଞ୍ଚଳରେ ୪୮ ଜଣଙ୍କ ଜୀବନ ଯାଇଛି । ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ରାଜ୍ୟରେ ବିଦ୍ୟୁତ ଆଘାତର ମୃତ୍ୟୁ ଓ ମୃତକଙ୍କୁ ମିଳୁଥିବା କ୍ଷତିପୂରଣ ବାବଦରେ ପ୍ରଶ୍ନ କରିଥିଲେ ନୀଳମାଧବ ହିକକା । ବିଦ୍ୟୁତ୍ ସଂସ୍ପର୍ଶରେ ବିଗତ ୧୦ ବର୍ଷ ମଧ୍ୟରେ କେତେ ବନ୍ୟଜନ୍ତୁ ଏବଂ ଲୋକଙ୍କର ଜୀବନ ହାନୀ ଘଟିଛି ତାର ପ୍ରତିକାର କଣ କରାଯାଇଛି ?  କେତେଜଣଙ୍କୁ କ୍ଷତିଗ୍ରସ୍ତ ପରିବାରକୁ ସରକାର ସହାୟତା ଦେଇଛନ୍ତି ? କେତେ ଜଣ ସହାୟତା ପାଇଛନ୍ତି ଯେଉଁ ବିଦ୍ୟୁତ ପୋଲ୍‌ଗୁଡ଼ିକ ସାଧାରଣ ଲୋକଙ୍କ ଜମିରେ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାପନ ହେଉଛି, କିନ୍ତୁ ଉକ୍ତ ଜମିମାଲିକଙ୍କର କ୍ଷତିଭରଣା ପାଇଁ ପାଇଁ କଣ ପ୍ରାବଧାନ ରହିଛି ବୋଲି ଲିଖିତ ପ୍ରଶ୍ନ କରିଥିଲେ ନୀଳମାଧବ ହିକକା ।  

Advertisment

ଏହାର ଉତ୍ତର ଦେଇ ସମସ୍ତ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଦ୍ୟୁତ ଆଘାତ ଜନିତ ମୃତକଙ୍କ ପରିବାରଙ୍କୁ  କ୍ଷତିପୂରଣ ପ୍ରଦାନ କରାଯାଉଛି । ବିଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାୟ ୧୬୨୪ ଲୋକ ଓ ୧୭୦ ବନ୍ୟଜନ୍ତୁଙ୍କ ଜୀବନ ହାନୀ ଘଟିଛି । ତେବେ, ବିଦ୍ୟୁତ ବିତରଣ ସଂସ୍ଥା ମାନଙ୍କର ତ୍ରୁଟି ଯୋଗୁଁ ଘଟୁଥ‌ିବା ବିଦ୍ୟୁତ୍ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଦେବା ନିୟମ ରହିଛି ।  OERC (Compensation to Victims of Electrical Accidents) ୨୦୨୦ଅନୁଯାୟୀ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ପ୍ରାବଧାନ ରହିଛି ।

ବିଗତ ୧୪ ମାସରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ TPCODL ଅଞ୍ଚଳରେ ୪୮ ଜଣଙ୍କ ଜୀବନ ଯାଇଛି । ସେହିପରି TPNODL ଏବଂ TPWODL ରେ ୨୭ ଜଣଙ୍କ ର ଜୀବନ ଯାଇଛି । ଏବଂ TPSODL ରେ ୭ ଜଣଙ୍କ ଜୀବନ ଯାଇଛି । ସେହିଭଳି ବିଗତ ୧୦ ବର୍ଷରେ ୧୬୨୪ ଜଣ  ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ।

ଘରୋଇ ଜମି ଉପର ଦେଇ ଯାଇଥିବା ଓଭରହେଡ୍ ବିଦ୍ୟୁତ୍ ଲାଇନ (୩୩ କେଭି) ଏବଂ ଘରୋଇ ଜମିରେ ନିର୍ମିତ ବିଦ୍ୟୁତ୍ ଖୁଣ୍ଟ ପାଇଁ କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥାଏ । OERCଙ୍କ ନିର୍ଦ୍ଦେଶ  ଅନୁଯାୟୀ ୨୦୨୦ ଜୁନ୍‌ରୁ TPCODL, ୨୦୨୧ ଜାନୁଆରିଠାରୁ TPSODL ଓ TPWODL ଏବଂ ତା ୨୦୨୧ ଏପ୍ରିଲ ମାସରୁ TPNODL ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଛନ୍ତି ।