କନକ ବ୍ୟୁରୋ: ଚଳିତ ଜାନୁଆରି ୧୮ ରୁ ୨୩ ତାରିଖ ମଧ୍ୟରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱିତୀୟ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେସନ୍ କପ୍ରେ ଉଭୟ କ୍ୟୁରୋଗି ଓ ପୁମ୍ସେର ସମସ୍ତ ବୟସ ବର୍ଗ (ଉପକନିଷ୍ଠ, କ୍ୟାଡେଟ୍, କନିଷ୍ଠ ଓ ବରିଷ୍ଠ)ରେ ଓଡ଼ିଶାରୁ ୧୫୦ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ । ଉକ୍ତ ପ୍ରତିଯୋଗିତାରୁ ବଛା ହେବାକୁ ଥିବା ଖେଳାଳିମାନେ ଆସନ୍ତା ସମସ୍ତ ଅର୍ନ୍ତଜାତୀୟ ପ୍ରତିଯୋଗିତା ନିମନ୍ତେ ହେବାକୁ ଯାଉଥିବା ଟାଏକୋଣ୍ଡୋ ଟ୍ରାଏଲ୍ରେ ଅଂଶଗ୍ରହଣ କରିବେ । ଓଡ଼ିଶା ଟାଏକୋଣ୍ଡୋର ଅଧ୍ୟକ୍ଷ ସେନସେଇ ହରିପ୍ରସାଦ ପଟ୍ଟନାୟକ, ପାଟ୍ରନ ଦେବେନ୍ଦ୍ର କୁମାର ସାହୁ, ପରାମର୍ଶଦାତା ରଞ୍ଜିତା ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ଚିନ୍ମୟ ବେହେରା ଖେଳାଳିମାନଙ୍କର ଉନ୍ନତି କାମନା କରିଛନ୍ତି । ଆଗକୁ କିପରି ଓଡ଼ିଶାରେ ଟାଏକୋଣ୍ଡୋ କ୍ରୀଡ଼ାବିତ୍ମାନେ ଏସିଆନ ଗେମ୍ସ ଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଅର୍ଜନ କରିବେ ସେଥିପ୍ରତି ଓଡ଼ିଶା ଟାଏକୋଣ୍ଡୋ ସଂଘ ସମଗ୍ର ସହଯୋଗ କରିବ ବୋଲି ସାଧାରଣ ସମ୍ପାଦକ ଚିନ୍ମୟ ବେହେରା କହିଛନ୍ତି ।
ଏହା ବି ପଢ଼ନ୍ତୁ: ଆଇ-ଲିଗ୍ ଓ ଆଇଏସ୍ଏଲ୍ ପାଇଁ ଏଆଇଏଫ୍ଏଫ୍ର ୨୧ବର୍ଷୀୟା ନସ୍କା
Follow Us