କନକ ବ୍ୟୁରୋ: ମହାରାଷ୍ଟ୍ର ସରକାରଙ୍କ 'ଲଡକି ବେହେନ ଯୋଜନା'ରେ ଏକ ବଡ଼ ଠକେଇ ସାମ୍ନାକୁ ଆସିଛି । ମହିଳାଙ୍କ ଆର୍ଥିକ ସହାୟତା ପାଇଁ ସ୍ୱତନ୍ତ୍ର ଭାବରେ ଚାଲିଥିବା ଏହି ଯୋଜନାର ୧୪,୨୯୮ ଜଣ ପୁରୁଷ ଠକେଇର ସୁଯୋଗ ନେଇଥିଲେ । ଏମାନେ ଯୋଜନାର ଯୋଜନାର ଟଙ୍କା ଉଠାଉନେଉଥିଲେ । ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସମୀକ୍ଷାରେ ଏହା ସତ ସାମ୍ନାକୁ ଆସିଛି । ଏହି ଠକେଇ ଯୋଗୁଁ ସରକାରୀ ରାଜକୋଷକୁ ୨୧.୪୪ କୋଟି ଟଙ୍କାର କ୍ଷତି ହୋଇଛି ।

Advertisment

ସୂଚନା ମୁତାବକ,  ’ଲଡକି ବେହେନ’ ଯୋଜନା ହେଉଛି ଓଡ଼ିଶାର ସୁଭଦ୍ରା ଯୋଜନା ପରି ଏକ ମହିଳା କୈନ୍ଦ୍ରୀକ ଯୋଜନା । ଏହି ଯୋଜନା ଅଗଷ୍ଟ ୨୦୨୪ରେ ଆରମ୍ଭ କରାଯାଇଥିଲା, ଯାହାର ଲକ୍ଷ୍ୟ ୨୧ ରୁ ୬୫ ବର୍ଷ ବୟସର ରାଜ୍ୟର ଆର୍ଥିକ ଦୁର୍ବଳ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା । କିନ୍ତୁ ଏକ ସାମ୍ପ୍ରତିକ ହିତାଧିକାରୀ ଅଡିଟରୁ ଜଣାପଡ଼ିଛି ,  ହଜାର ହଜାର ପୁରୁଷ ଜାଲ୍ ପରିଚୟ କିମ୍ବା ଡକ୍ୟୁମେଣ୍ଟ ମାଧ୍ୟମରେ ହିତାଧିକାରୀଙ୍କ ତାଲିକାରେ ସାମିଲ ହୋଇଥିଲେ ଏବଂ ଟଙ୍କା ଉଠାଇ ଚାଲିଥିଲେ । ଏବେ ସରକାରୀ ସ୍ତରରେ ପ୍ରଶ୍ନ ଉଠିଛି ଯେ ଏତେ ସଂଖ୍ୟକ ପୁରୁଷ କିପରି ରେଜିଷ୍ଟ୍ରେସନ କଲେ ?