କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଘେରାଉ କଲେ ସରପଞ୍ଚ ଓ ସମିତି ସଭ୍ୟ । ଆଜି ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଶତାଧିକ ବିଜେଡି କର୍ମୀ ଥାନା ଘେରାଉ କରିଥିଲେ । ପୋଲିସ ସେମାନଙ୍କୁ ଥାନା ଗେଟ୍ ସାମ୍ନାରେ ଅଟକାଇବାରୁ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି । କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜ୍ୟୋତି ପ୍ରକାଶ ପ୍ରଧାନ ନାମକ ଜଣେ ବିଜେପି କର୍ମୀ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ ।  ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଳକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ୩ ଦିନ ଧରି ଧାରଣାରେ ବସିଥିଲେ ।  ମାତ୍ର ପୋଲିସ ଗତକାଲି ଅଭିଯୁକ୍ତକୁ ଥାନାରେ ନୋଟିସ ବେଲ ଦେଇ ଛାଡି ଦେଇଥିବାରୁ ଆଜି ଶତାଧିକ ବିଜେଡି କର୍ମୀ ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି । ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି ।