ପ୍ରଶାନ୍ତ ମହାସାଗରରୁ ୧୦ ଟନରୁ ଅଧିକ କୋକେନ୍ ଜବତ, ୩ ଅଟକ

Advertisment

ଲାଟିନ୍ ଆମେରିକୀୟ ଜଳସୀମାରେ କୋକେନ୍ ପରିବହନ କରାଯାଉଥିବା ସନ୍ଦେହରେ କିଛି ଡଙ୍ଗା ଉପରେ ଘାତକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ଜଣଙ୍କୁ ଅଟକ ରଖାଯାଇଛି। ଗୁରୁବାର ମେକ୍ସିକୋ ପକ୍ଷରୁ କୋକେନ୍ ଜବତ ନେଇ ସୂଚନା ଦିଆଯାଇଥିଲା।

cocen

cocen Photograph: (google)

ମେକ୍ସିକୋ ଓ ଏଲ ସାଲଭାଡୋରର ନୌସେନା ପ୍ରଶାନ୍ତ ମହାସାଗରରେ ୧୦ ଟନରୁ ଅଧିକ କୋକେନ୍ ଜବତ କରିଥିବା ଦାବି କରିଛନ୍ତି। ଆମେରିକୀୟ ଗୁପ୍ତଚରଙ୍କ ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ କରାଯାଇଥିଲା। ଏଲ ସାଲଭାଡୋର ୬.୬ ଟନର କୋକେନ୍ ଜବତ କରିଥିବାବେଳେ ମେକ୍ସିକୋ ଚାରି ଟନ ଜବତ କରିଛି।

ଲାଟିନ୍ ଆମେରିକୀୟ ଜଳସୀମାରେ କୋକେନ୍ ପରିବହନ କରାଯାଉଥିବା ସନ୍ଦେହରେ କିଛି ଡଙ୍ଗା ଉପରେ ଘାତକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ଜଣଙ୍କୁ ଅଟକ ରଖାଯାଇଛି। ଗୁରୁବାର ମେକ୍ସିକୋ ପକ୍ଷରୁ କୋକେନ୍ ଜବତ ନେଇ ସୂଚନା ଦିଆଯାଇଥିଲା।

ମେକ୍ସିକୋର ସୁରକ୍ଷା ମନ୍ତ୍ରୀ ଓମାର ଗାର୍ସିଆ ହାର୍ଫୁଚ୍ ଏକ୍ସରେ କହିଛନ୍ତି, ୩ଟି ମୋଟର ଚାଳିତ ଡଙ୍ଗାରୁ ଜବତ ହୋଇଥିବା କୋକେନକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ମୋଟ ପରିମାଣ ପ୍ରାୟ ୧୦ ଟନକୁ ବୃଦ୍ଧି ପାଇଛି। ରବିବାର, ଏଲ୍ ସାଲଭାଡୋରର ନୌସେନା ସର୍ବାଧିକ ୬.୬ ଟନ୍ କୋକେନ୍ ଜବତ କରିଛି। ନୌସେନା ଦକ୍ଷିଣ-ପଶ୍ଚିମରେ ୧୮୦ ଫୁଟ ଲମ୍ବା ତାଞ୍ଜାନିଆ-ପଞ୍ଜିକୃତ ଏକ ଡଙ୍ଗାକୁ ଅଟକାଇଥିଲା। ସେଥିରୁ ୩୩୦ ପ୍ୟାକେଟ୍ କୋକେନ୍ ଜବତ ହୋଇଛି। ଏହି ଅଭିଯାନରେ କଲମ୍ବିଆ, ନିକାରାଗୁଆ, ପାନାମା ଓ ଇକ୍ୱେଡରର ଦଶ ଜଣଙ୍କୁ ଗିରଫ କରାଯାଇଛି। ଗତ ବର୍ଷ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରଗ୍ସ ଜବତ ବୃଦ୍ଧି କରିବା ପାଇଁ ମେକ୍ସିକୋ ଉପରେ ଚାପ ପକାଇଥିଲା। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ ପୂର୍ବ ଅପେକ୍ଷା ବର୍ତ୍ତମାନ ଡ୍ରଗ୍ସ ଗ୍ୟାଙ୍ଗ ବିରୁଦ୍ଧରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe