ଡ୍ୟୁଟି ସମୟରେ ବନ୍ଧୁମିଳନରେ ସାମିଲ ହେଲେ ଅଧିକାରୀ, ମାହାଙ୍ଗା ବିଧାୟକଙ୍କ ଘରୋଇ କାର୍ଯ୍ୟକ୍ରମରେ ୧୦ ରୁ ଅଧିକ ଅଧିକାରୀ ସାମିଲ

Advertisment

ଇଂରାଜୀ ନୂଆବର୍ଷରେ ସରକାରୀ କାର୍ଯ୍ୟାଳୟରେ  କୌଣସି ଉତ୍ସବ କିମ୍ବା ଭୋଜିଭାତ, କେକକଟା ବନ୍ଦ ରହିବ। ଶୁଭେଚ୍ଛା କିମ୍ବା ଅଭିନନ୍ଦନ ଜଣାଇବାକୁ କେହି ସରକାରୀ କାର୍ଯ୍ୟାଳୟକୁ  ଆସିବେ ନାହିଁ । ନୂଆବର୍ଷ ଦିନ ସରକାରୀ କାର୍ଯ୍ୟାଳୟରେ ସବୁଦିନ ଭଳି କାମ ଜାରି ରହିବ ଓ ସରକାରୀ ଅଧିକାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ।

ଇଂରାଜୀ ନୂଆବର୍ଷରେ ସରକାରୀ କାର୍ଯ୍ୟାଳୟରେ  କୌଣସି ଉତ୍ସବ କିମ୍ବା ଭୋଜିଭାତ, କେକକଟା ବନ୍ଦ ରହିବ। ଶୁଭେଚ୍ଛା କିମ୍ବା ଅଭିନନ୍ଦନ ଜଣାଇବାକୁ କେହି ସରକାରୀ କାର୍ଯ୍ୟାଳୟକୁ  ଆସିବେ ନାହିଁ । ନୂଆବର୍ଷ ଦିନ ସରକାରୀ କାର୍ଯ୍ୟାଳୟରେ ସବୁଦିନ ଭଳି କାମ ଜାରି ରହିବ ଓ ସରକାରୀ ଅଧିକାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ।

odisha

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର । ନୂଆ ବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ  ହେଲେ ସାମିଲ । ଇଂରାଜୀ ନୂଆବର୍ଷରେ ସରକାରୀ କାର୍ଯ୍ୟାଳୟରେ  କୌଣସି ଉତ୍ସବ କିମ୍ବା ଭୋଜିଭାତ, କେକକଟା ବନ୍ଦ ରହିବ। ଶୁଭେଚ୍ଛା କିମ୍ବା ଅଭିନନ୍ଦନ ଜଣାଇବାକୁ କେହି ସରକାରୀ କାର୍ଯ୍ୟାଳୟକୁ  ଆସିବେ ନାହିଁ । ନୂଆବର୍ଷ ଦିନ ସରକାରୀ କାର୍ଯ୍ୟାଳୟରେ ସବୁଦିନ ଭଳି କାମ ଜାରି ରହିବ ଓ ସରକାରୀ ଅଧିକାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ। ହେଲେ କଟକ ଜିଲ୍ଲାର କିଛି ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ଏକପ୍ରକାର ବେଖାତିର କରି ଅଫିସ ସମୟରେ ଅଫିସ୍‌ କାର୍ଯ୍ୟ ଛାଡ଼ି ବନ୍ଧୁମିଳନ କାର୍ଯ୍ୟାକ୍ରମରେ  ନେତାଙ୍କୁ ଖୁସି କରିବା ପାଇଁ ଫୁଲତୋଡ଼ା ଧରି ପହଞ୍ଚିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

ଅଧିକ ପଢ଼ନ୍ତୁ :   ନୂଆବର୍ଷରେ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ : ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ମାହାଙ୍ଗା ବ୍ଲକ୍‌ କୁଆଁପାଳସ୍ଥିତ କଲେଜ ପଡ଼ିଆରେ ବିଧାୟକ ସାରଦା ପ୍ରଧାନ ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ। ଏଥିରେ ସ୍ଥାନୀୟ ନେତା, ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ନିର୍ବାଚନମଣ୍ଡଳୀର ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟାକ୍ରମରେ  ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ସୁଧାକର ନାୟକ, ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟୀ ପଲେଇ, କେନ୍ଦୁପାଟଣା ଜଳସମ୍ପଦ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ମଲ୍ଲିକ, ନଗସପୁର ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ସାହୁ, ଧର୍ମାଗତପୁର ଜଳସମ୍ପଦ ସେକ୍ସନ କନିଷ୍ଠ ଯନ୍ତ୍ରୀ କୁମୁଦ ବେହେରା, କେନ୍ଦୁପାଟଣା ବନ୍ୟା ନିୟନ୍ତ୍ରଣ କନିଷ୍ଠ ଯନ୍ତ୍ରୀ ସୁଭଦ୍ରା ଓଝା, ଅଚ୍ୟୁତପୁର ଜଳସମ୍ପଦ ସେକ୍ସନ କନିଷ୍ଠ ଯନ୍ତ୍ରୀ ଶୁଭକାନ୍ତ ପରିଡ଼ା, ମାହାଙ୍ଗା ବ୍ଲକ୍‌ ଶିକ୍ଷାଧିକାରୀ ମୋନାଲିସା ସରକାର, ନିଶ୍ଚିନ୍ତକୋଇଲି ବ୍ଲକ୍‌ ଶିକ୍ଷାଧିକାରୀ ସଂଯୁକ୍ତା ମହାପାତ୍ର, ସିଆରସିସି ନରହରି ସାହୁ, ନିଶ୍ଚିନ୍ତକୋଇଲି ବ୍ଲକ୍‌ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରକାଶ ବେଉରା, ମାହାଙ୍ଗା ବ୍ଲକ୍‌ ପ୍ରାଣୀ ସମ୍ପଦ ଅଧିକାରୀ ମୀନକେତନ ପଣ୍ଡା ପ୍ରମୁଖ ଫୁଲତୋଡ଼ା ଓ ଉତ୍ତରୀୟ ଧରି ଧାଡ଼ିରେ ଛିଡ଼ା ହୋଇ ବିଧାୟକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏବେ ଅଧିକାରୀମାନେ ଏହାକୁ ବିଭିନ୍ନ ବାଟରେ ଫାଙ୍କିବାକୁ ବାହାନା କରିବାରେ ଲାଗିଛନ୍ତି। ନିଶ୍ଚିନ୍ତକୋଇଲି ବିଇଓ ସଂଯୁକ୍ତା ମହାପାତ୍ର ବନ୍ଧୁମିଳନକୁ ଯାଇଥିବା ସ୍ବୀକାର କରିବା ସହ ଏକ କାର୍ଯ୍ୟକ୍ରମ ପାଇଁ ବିଧାୟକଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe