କନକବ୍ୟୁରୋ : ହାଲ ବେହାଲ ହେଲାଣି ପାକିସ୍ତାନର । ପାକିସ୍ତାନ ଭୟରେ ଥରହର ।  ସୂଚନା ଅନୁସାରେ ଦେଶର କିଛି ପ୍ରାନ୍ତରେ ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ । ଝେଲମ ନଦୀ ପାଣି ଭାରତ ଛାଡିଦେବା ପରେ  ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ମୁଜାଫରାବାଦରେ ଏମର୍ଜେନ୍ସି ଆଲର୍ଟ ଜାରି କରାଯାଇଛି  ।  ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି  । ମୁଜାଫରାବାଦ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୁରା ପାଣି ଘେରରେ ରହିଛି  ।  ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି  ।  ଅନ୍ୟ ପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।