କନକ ବ୍ୟୁରୋ : ଆମ ସରକାର କିଛି ଲୋକଙ୍କୁ ବାଧ୍ୟ କରିଦେଲା ଟାୱାରରୁ ବାହାରିକି ବିଲ ମୁଣ୍ଡକୁ ଯିବା ପାଇଁ । କିଛି ଏପରି କହି ସ୍ୱାଧୀନତା ସଂଗ୍ରାମୀ ମଞ୍ଚରୁ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନାଁ ନନେଇ ତେରେଛା ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ମୋହନ ମାଝୀ କହିଛନ୍ତି, ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି । ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ ।  ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି ।  କିନ୍ତୁ ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି । ତାଙ୍କୁ ଲମ୍ବା ସମୟ ଦେଇଥିଲେ ଓଡ଼ିଶା ବାସୀ ।  ବିଜେପି ସରକାରର କାର୍ଯ୍ୟ ଧାରାକୁ ଦେଖି  ବ୍ୟତିବ୍ରସ୍ତ ହେଉଛନ୍ତି । 

ଏହା ସହ ମଞ୍ଚରେ ବସିଥିବା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କଡା କାଉଣ୍ଟର କରିଛନ୍ତି ମୋହନ ମାଝୀ । କହିଲେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି କହିବା ଠିକ୍ ହେଲା ନାହିଁ । ଏଥିପାଇଁ ଦାୟୀ କିଏ ? ତାହାର ଉତ୍ତର ବି ଆସିବା କଥା । ପ୍ରକୃତରେ ଯଦି ଓଡ଼ିଶା ଆଗକୁ ନେବାର ଥିଲା, ତେବେ ଆଜି ପର୍ଯ୍ୟନ୍ତ ଅନେକ ଥର ଲୋକମାନେ ଦାୟିତ୍ଵ ଦେଇଥିଲେ । କିନ୍ତୁ ରାଜ୍ୟକୁ କିଏ ଏଭଳି ସ୍ଥିତିରେ ପହଞ୍ଚାଇଛି । କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରେ ଆଜି ସରକାର ହୋଇଛି । ଯାହା କଥା ଦେଇଥିଲୁ, ୬ ମାସରେ ତାହା ପୂରଣ କରିଛୁ. ଆଜି ମନ୍ତ୍ରୀମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି. ଦାନା ବାତ୍ୟା ବେଳେ ବି ଗ୍ରାଉଣ୍ଡର ଥିଲେ ମନ୍ତ୍ରୀ । ଲୋକଙ୍କ ଦୁଃଖ ସୁଖ ବୁଜୁଛନ୍ତି ଆଉ ସମସ୍ୟାର ସମାଧାନ ବି କରୁଛନ୍ତି ଆମ ସରକାର