କନକ ବ୍ୟୁରୋ: ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀଙ୍କ ବଡ ବୟାନ । ସେନାରେ ସୁରକ୍ଷା ସୁଦୃଢ କରିବା ଆମର ପ୍ରାଥମିକତା । ଜାମ୍ମୁ କାଶ୍ମୀରରେ ବଢିଛି ଅନୁପ୍ରବେଶ । ପାକିସ୍ତାନରୁ ଆସୁଛନ୍ତି ୮୦ ପ୍ରତିଶତ ଆତଙ୍କବାଦୀ । ଅଞ୍ଚଳରେ ହିଂସା ସୃଷ୍ଟି କରିବା ପାକିସ୍ତାନର ମୁଖ୍ୟ ଉଦ୍ଦେଶ୍ୟ। କୌଣସି ପରିସ୍ଥିତିର ମୁକିବିଲା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସେନା ମୁଖ୍ୟ । ଜାନୁଆରୀ ୧୫ ହେଉଛି ସେନା ଦିବସ। ତେବେ ସେନା ଦିବସ ପୂର୍ବରୁ ପ୍ରେସମିଟ୍ କରି ଏହା କହିଛନ୍ତି ଉପେନ୍ଦ୍ର ଦ୍ବିବେଦୀ ।
LAC ପରିସ୍ଥିତି ଉପରେ ସେନା ମୁଖ୍ୟ କହିଛନ୍ତି ଯେ, ଆମେ ସୀମା ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦେଉଛୁ ।
ସେହିପରି ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ବିଷୟରେ ସେ କହିଛନ୍ତି ଯେ ଏହା ସାମଗ୍ରିକ ଭାବରେ ନିୟନ୍ତ୍ରଣରେ ଅଛି ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ପକ୍ଷ ସହିତ ଅସ୍ତ୍ରବିରତି ଚୁକ୍ତି ବଳବତ୍ତର ରହିଛି । ସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଅନୁପ୍ରବେଶ ପ୍ରୟାସ ଜାରି ରହିଛି ଏବଂ ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀ ଭିତ୍ତିଭୂମି ଅକ୍ଷୁର୍ଣ୍ଣ ରହିଛି ।