କନକ ବ୍ୟୁରୋ: ହୁ ହୁ ହୋଇ ଜଳୁଛି ଜଙ୍ଗଲ । ନିଆଁ ଆଁରେ ପଶିଗଲାଣି ଘରଦ୍ୱାରା । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ଜନବସତି ଆଡକୁ ମାଡ଼ି ଆସିଲାଣି ନିଆଁ । ଫଳରେ ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡ଼ି ପଳାଉଛନ୍ତି । ଆମେରିକାର ଲସ୍ ଏଞ୍ଜଲିସ୍ରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।କାଲିଫର୍ଣ୍ଣିଆ ଜଙ୍ଗଲରୁ ନିଆଁ ବ୍ୟାପି ଶତାଧିକ ଘର ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଏଥିସହ ନିଆଁ ବ୍ୟାପିବା ଯୋଗୁଁ ଏକ ହଜାରରୁ ବି ଅଧିକ ଘର ଜଳି ଯାଇଛି । ପ୍ରବଳ ପବନ ବହିବା ହେତୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି । ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୪୦ହଜାର ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି । ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଏକ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି । ନିଆଁ ବ୍ୟାପିବା ଫଳରେ ହଲଉଡ ଷ୍ଟାର୍ ସମେତ ଅନେକ ଲୋକମାନେ ତୋପାଙ୍ଗା କାନ୍ୟନ୍ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି । ରାସ୍ତାରେ ଯିବା ବେଳେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ସେମାନଙ୍କ କାର୍ ଛାଡ଼ି ଦୌଡ଼ିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି ।
ନିଆଁ ମୁହଁରେ କାଲିଫର୍ଣ୍ଣିଆ ଜଙ୍ଗଲ । ଗଲାଣି ୧୦ରୁ ଅଧିକ ଜୀବନ ।
ଘରଠୁ ସହର ସବୁଠି ମାଡୁଛି ଭୟଙ୍କର ଅଗ୍ନିକାଣ୍ଡ । ଗଲାଣି ୧୦ରୁ ଅଧିକ ଜୀବନ । ୪୦ହଜାର କୋଟି ଏକର ଜମି ଜଳିପୋଡି ପାଉଁଶ । ବଦଳୁଥିବା ପାଣିପାଗ ଯୋଗୁଁ ନିଆଁକୁ କରାଯାଇପାରୁନି ଆୟତ । ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର ।
/kanak/media/media_files/2025/01/10/LlgkBWm90QoT0g4m50NL.jpg)