ଆମ ସରକାରଙ୍କ ନିଷ୍ପତ୍ତି, ଆମେ କିଛି କରିପାରିବୁ ନାହିଁ: ମୁହଁ ଖୋଲିଲେ ପାକିସ୍ତାନ ଅଧିନାୟକ

Advertisment

ଅଷ୍ଟ୍ରେଲିଆ ସହିତ ଶେଷ ଟ୍ବେଣ୍ଟି-୨୦ ମୁକାବିଲା ପରେ ସେ କହିଛନ୍ତି "ଏହା ଖେଳାଳିମାନଙ୍କ ନିଷ୍ପତ୍ତି ନୁହେଁ । ଆମ ସରକାରଙ୍କ ନିଷ୍ପତ୍ତି । ଆମେ ଏଥିରେ କିଛି କରିପାରିବୁ ନାହିଁ । ଆମେ କିନ୍ତୁ ବିଶ୍ବକପ୍ ଖେଳିବାକୁ ଯାଉଛୁ ।

ଅଷ୍ଟ୍ରେଲିଆ ସହିତ ଶେଷ ଟ୍ବେଣ୍ଟି-୨୦ ମୁକାବିଲା ପରେ ସେ କହିଛନ୍ତି "ଏହା ଖେଳାଳିମାନଙ୍କ ନିଷ୍ପତ୍ତି ନୁହେଁ । ଆମ ସରକାରଙ୍କ ନିଷ୍ପତ୍ତି । ଆମେ ଏଥିରେ କିଛି କରିପାରିବୁ ନାହିଁ । ଆମେ କିନ୍ତୁ ବିଶ୍ବକପ୍ ଖେଳିବାକୁ ଯାଉଛୁ ।

Pakistan

Pakistan Photograph: (Kanak News)

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମୁକାବିଲା ଖେଳିବନି ବୋଲି ପାକିସ୍ତାନର ଘୋଷଣା ପରେ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ କ୍ରିକେଟ୍ ପ୍ରସଂଶକମାନେ ଆସନ୍ତା ଫେବ୍ରୁଆରି ୧୫ରେ ହେବାକୁ ଥିବା ଏହି ମହାମୁକାବିଲା ଦେଖିବାରୁ ବଞ୍ଚିତ ହେବେ । ତେବେ ଏହି ପ୍ରସଙ୍ଗରେ ପାକିସ୍ତାନ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସଲମାନ ଅଲି ଆଗାଙ୍କ ପ୍ରତିକ୍ରିୟା ଆସିଛି ।

ଅଷ୍ଟ୍ରେଲିଆ ସହିତ ଶେଷ ଟ୍ବେଣ୍ଟି-୨୦ ମୁକାବିଲା ପରେ ସେ କହିଛନ୍ତି "ଏହା ଖେଳାଳିମାନଙ୍କ ନିଷ୍ପତ୍ତି ନୁହେଁ । ଆମ ସରକାରଙ୍କ ନିଷ୍ପତ୍ତି । ଆମେ ଏଥିରେ କିଛି କରିପାରିବୁ ନାହିଁ । ଆମେ କିନ୍ତୁ ବିଶ୍ବକପ୍ ଖେଳିବାକୁ ଯାଉଛୁ । ପାକିସ୍ତାନ ସରକାର ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆମକୁ ଯାହା ନିର୍ଦ୍ଦେଶ ଦେବେ ଆମେ ତାହାକୁ ପାଳନ କରିବୁ ।"

ଆହୁରି ପଢ଼ନ୍ତୁ... ସାମାନ୍ୟ ବଚସାରୁ ଯୁବକଙ୍କୁ ଆକ୍ରମଣ : ଥାନାରେ ମାମଲା

ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ତଥା ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମହସିନ ନକଭୀ କହିଥିଲେ ଯେ ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ । ରବିବାର ସଂଧ୍ୟାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ଭେଟି ଏକ ବୈଠକ କରିଥିଲେ । ଏହି ବୈଠକର କିଛି ସମୟ ପରେ ଅର୍ଥାତ୍ ରାତି ୮ଟା ସମୟରେ ପାକିସ୍ତାନ ସରକାର ନିଜର ନିଷ୍ପତ୍ତି ଘୋଷଣା କରିଥିଲେ । ନିଷ୍ପତ୍ତି ଅନୁସାରେ ପାକିସ୍ତାନ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପର ଖେଳିବ, କିନ୍ତୁ ଫେବ୍ରୁଆରି ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମୁକାବିଲାକୁ ବର୍ଜନ କରିବ । ବିଶ୍ବକପରୁ ବାଦ୍ ପଡ଼ିଥିବା ବାଂଲାଦେଶକୁ ସମର୍ଥନ ଦର୍ଶାଇବାକୁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe