କନକବ୍ୟୁରୋ : ବ୍ରହ୍ମପୁରରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ। ଗଡ଼ିଲାନି ଆମ ବସ୍ । ୬ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆମ ବସ୍ କର୍ମଚାରୀ । ଫଳରେ ଆଜି ବ୍ରହ୍ମପୁରରେ ଆମ ବସ୍ ସେବା ବନ୍ଦ ରହିଛି । ଦରମା ବୃଦ୍ଧି, ୮ଘଣ୍ଟା ଡ୍ୟୁଟି ଓ ମାସକୁ ୪ଦିନ ଛୁଟି ଦାବିରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି କର୍ମଚାରୀ । ଗତ ୬ମାସ ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ଆମ ବସ୍ କର୍ମଚାରୀ ଆନ୍ଦୋଳନ କରି ନିଜର ଦାବି ଜଣାଇଥିଲେ। କିନ୍ତୁ ଏହାର ସମାଧାନ ହୋଇନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି କର୍ମଚାରୀ । ଆଜି ବ୍ରହ୍ମପୁର ସହରରେ ମୋ ବସ୍ ଚଳାଚଳ ଠପ ହୋଇଛି ।
ବ୍ରହ୍ମପୁରରେ ଗଡ଼ିଲାନି ଆମ ବସ୍ : ୬ଦଫା ଦାବିରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ
ବ୍ରହ୍ମପୁରରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ। ଗଡ଼ିଲାନି ଆମ ବସ୍ । ୬ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆମ ବସ୍ କର୍ମଚାରୀ ।
/kanak/media/media_files/2025/09/16/28-2025-09-16-10-53-04.jpg)