କନକ ବ୍ୟୁରୋ: ଓୟୁଏଟିର ୨୫ ବର୍ଷର ଆଳୁ ଗବେଷଣା ଜମିକୁ ବରମଣ୍ଡା ବସଷ୍ଟାଣ୍ଡ ସମ୍ପ୍ରସାରଣ ପାଇଁ କିପରି ଟେକିଦେଲେ ସରକାର। ଏହାକୁ ନେଇ ହେବ ତଦନ୍ତ। କନକ ନ୍ୟୁଜରେ ଖବର ପ୍ରସାରଣ ପରେ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କହିଛନ୍ତି, ଏହାର ତଦନ୍ତ ହେବ। ରାଜ୍ୟର ଏକମାତ୍ର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭାବରେ 

Advertisment

ଏହାସହ ଆଳୁ ମିଶନକୁ ନେଇ ପୂର୍ବ ସରକାରଙ୍କ ବିଫଳତାର କାରଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ରାଜ୍ୟରେ କିଭଳି ଅଧିକରୁ ଅଧିକ ଆଳୁ ଉତ୍ପାଦନ ହେବ। ଏଥିପାଇଁ ପୂର୍ବ ସରକାର ଆଳୁ ମିଶିନ ଆରମ୍ଭ କରିଥିଲେ। ହେଲେ ଏହି ମିଶନକୁ ନେଇ ସରକାରଙ୍କ ତରଫରୁ ଯେଉଁ ସବୁ କଥା କୁହାଯାଉଥିଲା ତାହା ହୋଇପାରିନାହିଁ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହ ଦେଓ। ସେ କହିଛନ୍ତି, ସେ ସମୟରେ ସରକାର କୃଷି ବିଭାଗକୁ ବିହନ ଦେଲନି। ଅକ୍ଟୋବର ବଦଳରେ ଜାନୁଆରୀରେ ବିହନ ଦିଆଯାଇଥିଲା। ଚାଷୀଙ୍କୁ ଭଲ ବିହନ ଵି ଯୋଗାଇ ଦିଆଯାଇନଥଲା। ତେଣୁ ଆଳୁ ମିଶିନ ଫେଲ୍ ହୋଇଛି। ରାଜ୍ୟରେ ଆଳୁ ସଙ୍କଟ ଦେଖାଦେବା ପରେ ବିଜେପି ସରକାର ଆଳୁ ଚାଷ ପାଇଁ ଯୋଜନା କରୁଛନ୍ତି। ଅଧିକରୁ ଅଧିକ ଶୀତଳଭଣ୍ଡାର ପାଇଁ ଯୋଜନା କରୁଛନ୍ତି। ସେହିପରି ଓୟୁଏଟି ଜମି କିପରି ବରମୁଣ୍ଡା ବସ ଷ୍ଟାଣ୍ଡକୁ ଗଲା ତାହା ତଦନ୍ତ ହେଲେ ଜଣା ପଡିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।