କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଛନ୍ତି  ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ମହାନ୍ତି । ନିହାରଙ୍କ ଲ୍ୟାପଟପରୁ ପ୍ରଶ୍ନପତ୍ର ଚୋରି ହୋଇଥିଲା ।  ଆଉ ଏହି ଚୋରି କରିଥିଲେ ଅଫିସର ଡାଟା ଏଣ୍ଟ୍ରି ଅପରେଟର  ଜୀତନ ମହାରଣା । ଖବର ଅନୁସାରେ, ନିହାରଙ୍କୁ ଶହେ ଥର ଫୋନ କରିଥିଲେ ଜୀତନ ।  

Advertisment

ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ଏଥିସହ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଡାକ୍ତରୀ ମାଇନା ପରେ, ରବିବାର ଛୁଟିଦିନରେ ବୋର୍ଡ ଉପସଭାପତିଙ୍କୁ ମାଜିଷ୍ଟ୍ରେଟଙ୍କ ଘରେ ହାଜର କରାଯାଇଛି । ତାଙ୍କ ଲାପଟପ୍‌କୁ ପ୍ରଶ୍ନପତ୍ର କେମିତି ଆସିଲା ଓ ଚୋରି ହେଲା? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଉଦ୍ୟମ ଚଳାଇଛି ତଦନ୍ତକାରୀ ସଂସ୍ଥା। ନଜର ପକାନ୍ତୁ ପୁରା ଘଟଣାକ୍ରମ ଉପରେ । 

OTET ପରୀକ୍ଷାର ପୂର୍ବ ରାତିରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଲାପଟପ୍‌ରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର
ବୋର୍ଡ ଅଫିସ ଡାଟାଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣା ପ୍ରଶ୍ନପତ୍ର ଚୋରି କରି ଦୁଇ ଶିକ୍ଷକ ନେତା ବିଜୟ ମିଶ୍ର ଓ ସନାତନ ବିଶୋଇଙ୍କୁ ବିକିଥିଲା । ଏଥିପାଇଁ ହୋଇଥିଲା ଅଢ଼େଇ ଲକ୍ଷ ଟଙ୍କାର ଡିଲ୍‌
ଚୋରି ପ୍ରଶ୍ନପତ୍ରକୁ ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ଓଡ଼ିଆ ଅନୁବାଦ ପାଇଁ ଦେଇଥିଲେ
ଚୋରି ପ୍ରଶ୍ନପତ୍ର ହାତେଇଥିଲା କଟକର ଦଲାଲ ରାମଜୀ ପ୍ରସାଦ ଗୁପ୍ତା । ଯାହାକୁ ସେ ଗଞ୍ଜାମର ଅଜୟ ସାହୁ ଓ ବାଲେଶ୍ୱରର ଜୟନ୍ତ ରାଉତଙ୍କୁ ବିକ୍ରି କରିଥିଲା
ବୋର୍ଡ ରେଗୁଲେସନ୍ ଧାରା- ୧୧ର ଉପଧାରା- ୧୫ ଅନୁସାରେ 
ନିହାରଙ୍କ ଭୂମିକାକୁ ନେଇ ସନ୍ଦେହ କାହିଁକି? 
ପ୍ରଶ୍ନପତ୍ର ପ୍ରସ୍ତୁତି, ମୁଦ୍ରଣ ଓ ବିତରଣ ବୋର୍ଡ ସମ୍ପାଦକଙ୍କ ଦାୟିତ୍ବ 
୨୦୨୧ରେ ପ୍ରଶ୍ନପତ୍ର ଲିକ୍‌ ପରେ ସମ୍ପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଉପସଭାପତିଙ୍କୁ ଦିଆଗଲା
ନିର୍ଦ୍ଧାରିତ ଫର୍ମାଟ୍‌ରେ ପ୍ରସ୍ତୁତ ହାତଲେଖା ପ୍ରଶ୍ନପତ୍ର ମୁଦ୍ରଣ ସଂସ୍ଥାକୁ ଗୋପନୀୟ ଭାବେ ପଠାଯାଏ
ପ୍ରଶ୍ନପତ୍ରର ସଫ୍ଟ କପି ଏଫ୍‌ଟିପିରେ ଆସେ, ୟୁଜର ନେମ୍ ଓ ପାସ୍‌ୱାର୍ଡ ଦେଲେ ହିଁ ଖୋଲିଥାଏ
ନିହାର ମହାନ୍ତିଙ୍କୁ ମୁଦ୍ରଣ ସଂସ୍ଥା ଇ-ମେଲରେ କାହିଁକି ପ୍ରଶ୍ନପତ୍ର ପଠାଇଲା ସନ୍ଦେହ ଘେରରେ ରହିଛି

ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ବ୍ୟକ୍ତିଗତ ଲାପ୍‌ଟପ୍‌କୁ ପ୍ରଶ୍ନର ସଫଟ୍ କପି ଆସିବା ଓ ବୋର୍ଡ ଅଫିସରେ ୧୧ ବର୍ଷ ଧରି କାମ କରୁଥିବା ଜାତନ ମହାରାଣା ଏହାକୁ ଆକ୍ସେସ କରି ପ୍ରଶ୍ନପତ୍ର ଭାଇରାଲ କରିବା ହିଁ ବଡ଼ ସନ୍ଦେହ ତିଆରି କରୁଛି। ଯାହା ଉପରୁ ପରଦା ହଟାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ।