ଓଟିଇଟି କେଳେଙ୍କାରୀ: ଦୁଇ ଅଭିଯୁକ୍ତଙ୍କ ସରିଲା ରିମାଣ୍ଡ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ

ଓଟିଇଟି କେଳେଙ୍କାରୀ ମାମଲାରେ ଦୁଇ ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କ ସରିଲା ରିମାଣ୍ଡ । ଜେରା ବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସୂଚନା । ଆଗକୁ ରିମାଣ୍ଡରେ ଯିବେ ନିହାର ମହାନ୍ତି । 

35-OTET

କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲା । ଦୁଇ ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ର ଦୁଇ ଦିନିଆ ରିମାଣ୍ଡ ଆଜି ଶେଷ ହେଉଛି। ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯିବ। ରିମାଣ୍ଡ ସମୟରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଗୁଡେଇ ତୁଡେଇ ଝାଳ ବୁହା ଜେରା କରିଥିବା ସୂଚନା ମିଳିଛି। ଏହାସହ କ୍ରାଇମ୍‌ବ୍ରାଞ୍ଚ ହାତରେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ଲାଗିଥିବା ଜଣାପଡିଛି। ଜେରାବେଳେ ବୋର୍ଡ ସଭାପତିଙ୍କ ସଂପୃକ୍ତି ନେଇ ସୁରାଗ ମିଳିଛି କି ନାହିଁ, ଆର୍ଥିକ କାରବାର ସମ୍ପର୍କରେ କେତେ ଟଙ୍କା କାରବାର ହୋଇଛି, ପୂର୍ବ ଅନିୟମିତତା ସମ୍ପର୍କରେ କଣ ତଥ୍ୟ ମିଳିଛି କାହାକୁ ଚର୍ଚ୍ଚା ଜୋର ଧରିଛି। ଆଗକୁ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ। ଜେରା କରାଯିବା। ତେବେ ଏହି ଅନିୟମିତତାରେ ଆଗକୁ କାହା ପାଳି ପଡୁଛି କ୍ରାଇମ ବ୍ରାଞ୍ଚ କାହାକୁ ଗିରଫ କରୁଛି ତାହା ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe