କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । କଳାହାଣ୍ଡିର ଜଣେ ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ଖମାରିଙ୍କୁ ଗିରଫ କରିଥିବା ସୂଚନା ଦେଇଛି କ୍ରାଇମ ବ୍ରାଞ୍ଚ । 

Advertisment

ଏହାକୁ ମିଶାଇ ଏବେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ଏବେ ବି ଏହି ମାମଲାରେ ଅନେକ କାର୍ପଟଦାରଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୬ ଜଣଙ୍କ ମଧ୍ୟରେ ବିଜୟ ମିଶ୍ର ଓ ସନାତନ ବିଶୋୟୀ ୨ ଶିକ୍ଷକ ନେତା ।