କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା । ଦୁଇ ଅଭିଯୁକ୍ତ ବିଜୟ ମିଶ୍ର ଏବଂ ଜୟନ୍ତ କୁମାର ରାଉତଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି କଟକ ଏଡିଜେ-୩ । ସେପଟେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ପରେ ଜେଏମଏଫସି କୋର୍ଟରେ ହାଜର କରାଇଲା କ୍ରାଇମବ୍ରାଞ୍ଚ । ସନାତନ ବିଶୋଇ ଏବଂ ରାମଜୀ ପ୍ରସାଦ ଗୁପ୍ତାଙ୍କ ରିମାଣ୍ଡ ପରେ ଏବେ ଉଭୟଙ୍କୁ ଚୌଦ୍ୱାର ଜେଲ ପଠାଯାଇଛି । ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରିମାଣ୍ଡରେ ଯାଇଥିଲେ ଏହି ୨ ଅଭିଯୁକ୍ତ । ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଚୌଦ୍ଵାର ଜେଲ୍ରୁ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିଥିଲେ । ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ପ୍ରଥମ ପର୍ୟ୍ୟାୟରେ ସାଢ଼େ ୩ ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା । ରାମ୍ଜୀ ଗୁପ୍ତା କଟକ ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟୀ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : ଦୁଇ ଅଭିଯୁକ୍ତ ବିଜୟ ମିଶ୍ର-ଜୟନ୍ତ କୁମାରଙ୍କ ଜାମିନ ଆବେଦନର ଶୁଣାଣି ଶେଷ
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରିମାଣ୍ଡରେ ଯାଇଥିଲେ ଏହି ୨ ଅଭିଯୁକ୍ତ । ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଚୌଦ୍ଵାର ଜେଲ୍ରୁ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିଥିଲେ ।
/kanak/media/media_files/2025/08/22/cuttack-2025-08-22-16-42-07.jpg)