କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ମିଳୁନି ପେନ୍ ଡ୍ରାଇଭ୍ ଓ ହାତ ଲେଖା । ପ୍ରଥମ ଦିନ ଜିତନ ମହାରଣା ଓ ବିଜୟ ମିଶ୍ର ଉଭୟଙ୍କୁ ଏନେଇ ଜେରା କରିଛି କ୍ରାଇମବ୍ରାଞ୍ଚ। ରିମାଣ୍ଡର ପ୍ରଥମ ଦିନରେ ଉଭୟଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍ । ଦୁଇ ଦିନିଆ ରିମାଣ୍ଡରେ ଅଛନ୍ତି ଉଭୟ ଜିତନ ଓ ବିଜୟ । ଆଜି ଦ୍ବିତୀୟ ଦିନରେ ଏନେଇ ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ଏହା ଉପରେ ଆଉ କାହାର ଭୂମିକା ରହିଛି ସେନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ ।
ତେବେ ଏହା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ମହାନ୍ତି । ମେଡିକାଲ ଟେଷ୍ଟ ପରେ ବୋର୍ଡ ଉପସଭାପତିଙ୍କୁ ମାଜିଷ୍ଟ୍ରେଟଙ୍କ ଘରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ତାଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/12/pendrive-2025-08-12-08-24-13.jpg)