କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନ ପତ୍ର ଅନିୟମିତତା ମାମଲା, ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି। କଟକ ଏଡିଜେ ୩ କୋର୍ଟ ରେ ଏହାର ଶୁଣାଣି କରାଯିବ । ଏହା ସହିତ କ୍ରାଇମବ୍ରାଞ୍ଚ ଏହିମାମଲାରେ ଆଜି କେସ ଡାଇରୀ ଦାଖଲ କରିବା । ଏହା ଏକ ଚର୍ଚ୍ଚିତ ଘଟଣା ସହ କ୍ରାଇମ ବ୍ରଞ୍ଚର ତଦନ୍ତ ମଧ୍ୟ ଜାରି ରହିଚି । ତେଣୁ ଏହି ମାମଲାରେ ଗିରଫ ୮ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ଦେବେ କି ଦେବେ ନାହିଁ ଶୁଣାଣି ପରେ ଏଡିଜେ ୩ କୋର୍ଟ ରାୟ ପ୍ରଦାନ କରିବେ । ଗତ ୧୮ ତାରିଖରେ ୮ ଅଭିଯୁକ୍ତଙ୍କ ଜାମିନ୍ ନେଇ ଶୁଣାଣି ରହିଥିଲା । ହେଲା କୋର୍ଟ କେସ ଡାଏରୀ ଦାଖଲ ନକରି ସମୟ ନେବାରୁ ସେହି ଦିନ ଶୁଣାଣି ହୋଇପାରିନଥିଲା । ଆଜି ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ସେହିପରି ଏହି ମାମଲାରେ ଗତକାଲି ଠାରୁ ଦିନିକିଆ ରିମାଣ୍ଡ ରେ ଆସିଥିବା ଦଲାଲ ରାମଜୀ ପ୍ରସାଦ ଗୁପ୍ତା ଏବଂ ଶିକ୍ଷକ ନେତା ସନାତନ ବିଶୋଇଙ୍କୁ ଆଜି କୋର୍ଟରେ ହାଜର କରିବ। ଏହି ଅନିୟମିତତାରେ କେତେ ଅର୍ଥ କାରବାର ହୋଇଛି ସେ ଦିଗରେ ତଥ୍ୟ କାଢ଼ିବାକୁ ଉଭୟଙ୍କୁ କୋର୍ଟ ରିମାଣ୍ଡ ରେ ଆଣିଥିଲା। ତେବେ ପ୍ରଶ୍ନ ପତ୍ର ମାମଲାରେ ୮ ଅଭିଯୁକ୍ତ ଜାମିନ ନେଇ ଶୁଣାଣି କଣ ହେଉଛି, ଏବଂ ଏହା ପରେ କୋର୍ଟ କି ରାୟ ଦେବେ ତ ଉପରେ ସମସ୍ତଙ୍କ ନଜର ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us