ଓଟିଇଟି କେଳେଙ୍କାରୀ, ବନ୍ଧା ହେଲେଣି ୭ଜଣ: ସନ୍ଦେହରେ ବୋର୍ଡ ଉପସଭାପତିଙ୍କ ଭୂମିକା

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣଙ୍କ ପରେ ଜଣେ ଶିକ୍ଷକ ଗିରଫ ହେବା, ପୂରା ଶିକ୍ଷକ ସମାଜ ମୁଣ୍ଡରେ କଳଙ୍କ ଲଗାଇଛି। ଦେଶର ଭବିଷ୍ୟତ ଗଢ଼ିବା କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନେ ସହଜରେ ଟଙ୍କା ରୋଜଗାର ପାଇଁ ବାଟ ହୁଡ଼ୁଛନ୍ତି, ତାହା ପ୍ରମାଣିତ ହୋଇଛି ।  

45-Question Paper

କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଏହା ଭିତରେ ୧୨ଦିନ ବିତିଲାଣି। ପ୍ରଶ୍ନ କେଳେଙ୍କାରୀ କରିଥିବା ଅଭିଯୋଗରେ ୭ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କଲାଣି। କିନ୍ତୁ ଏତେ ବଡ଼ କେଳେଙ୍କାରୀର ମାଷ୍ଟରମାଇଣ୍ଡ କିଏ? ସେହି ରହସ୍ୟ ଉପରୁ ପରଦା ହଟାଇପାରିନି ତଦନ୍ତକାରୀ ସଂସ୍ଥା। 


ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣଙ୍କ ପରେ ଜଣେ ଶିକ୍ଷକ ଗିରଫ ହେବା, ପୂରା ଶିକ୍ଷକ ସମାଜ ମୁଣ୍ଡରେ କଳଙ୍କ ଲଗାଇଛି । ଦେଶର ଭବିଷ୍ୟତ ଗଢ଼ିବା କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନେ ସହଜରେ ଟଙ୍କା ରୋଜଗାର ପାଇଁ ବାଟ ହୁଡ଼ୁଛନ୍ତି, ତାହା ପ୍ରମାଣିତ ହୋଇଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି କେଳେଙ୍କାରୀର ମାଷ୍ଟରମାଇଣ୍ଡ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନି କ୍ରାଇମବ୍ରାଞ୍ଚ । 

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ମହାନ୍ତି । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ତାଙ୍କ ଭୂମିକା ସବୁଠୁ ସନ୍ଦେହରେ ରହିଛି । ତାଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନପତ୍ର ଚୋରି ହୋଇଥିବାରୁ କ୍ରାଇମବ୍ରାଂଚ ଟିମ୍ ତାଙ୍କୁ ଘନ ଘନ ଜେରା କରୁଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନି ତଦନ୍ତକାରୀ ସଂସ୍ଥା, ଯାହାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ଭିତରେ ନିହାର ମହାନ୍ତିଙ୍କ ସମ୍ପର୍କୀୟ ବି ଏହି କେଳେଙ୍କାରୀରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । 
 
ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ବୋର୍ଡରେ ଏତେ ବଡ଼ କେଳେଙ୍କାରୀ ଧରାପଡ଼ିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି କେଳେଙ୍କାରୀରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଯିଏ ବି କରିଛି ଯେତେ ବଡ଼ ଲୋକ ହୋଇଥାଉ ନା କାହିଁକି ଛଡ଼ାଯିବ ନାହିଁ । 
 
ପ୍ରଶ୍ନ ଉଠୁଛି, ଉପସଭାପତିଙ୍କ ଲାପଟପ୍‌କୁ କେମିତି ଆସିଲା ପ୍ରଶ୍ନପତ୍ରର ସଫ୍ଟ କପି ? ପ୍ରଶ୍ନପତ୍ର ପଠାଇବା ପାଇଁ ମୁଦ୍ରଣ ସଂସ୍ଥାକୁ କିଏ ଦେଇଥିଲା ନିର୍ଦ୍ଦେଶ ? ପ୍ରଶ୍ନପତ୍ର ଚୋରି ଓ ବିକ୍ରି ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ ନୁହନ୍ତି ତ ଉପ-ସଭାପତି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe