କନକ ବ୍ୟୁରୋ : ଓଟିଇଟି ପରୀକ୍ଷାରେ ବାରମ୍ବାର କେଳେଙ୍କାରୀ ହେବାକୁ ନେଇ ବୋର୍ଡ କଳଙ୍କ ମୁଣ୍ଡାଇଛି । ତେଣୁ ଏଥର ହେବାକୁ ଯାଉଥିବା ପରୀକ୍ଷାକୁ ସୁରୁଖୁରରେ ସାରିବ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହାରି ଭିତରେ ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ୍ ଅନୁଯାୟୀ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପ୍ରଶ୍ନପତ୍ର ଚୋରିକୁ ନେଇ ଅପବାଦ ମୁଣ୍ଡାଇବା ପରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ସେପ୍ଟେମ୍ବର ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା, କେମିତି ତ୍ରୁଟି ଶୂନ୍ୟ ହେବ ସେଥିପାଇଁ ରଣନୀତି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି, ସିବିଏସଇ ଢାଞ୍ଚାରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା । ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଶୈଳୀରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଡିଜି, ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୁଲିସ ସହାୟତାରେ ପଠାଯିବ । ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ହେବ ପରୀକ୍ଷା ।
ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଚୋରି କଣ୍ଟା ଭଳି ଫୋଡ଼ି ହୋଇଥିବାରୁ ଏହାକୁ ରୋକିବା କର୍ତ୍ତୁପକ୍ଷଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି । ପ୍ରଶ୍ନପତ୍ର ତିଆରିଠାରୁ ଆରମ୍ଭ କରି ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ସ୍ବଚ୍ଛତା ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ତେଣୁ ଯେଉଁମାନେ ପରୀକ୍ଷା ପରିଚାଳନାରେ ଅଛନ୍ତି ସେମାନଙ୍କ ଉପରେ ବି ନଜର ରହିଛି । ତେବେ ଯାହା ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ରହିଥିଲା, ସେହି ଅନୁସାରେ ପରୀକ୍ଷା ହେବ । ଯେଉଁସବୁ ନୂଆ କଥା ସଂଯୋଗ କରାଯାଇଛି ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଅବଗତ କରାଯିବ। ସେପ୍ଟେମ୍ବର ୧୭ ତାରିଖରୁ ଆଡ଼ମିଟ କାର୍ଡ ଉପଲବ୍ଧ ହେବ । ୨୭ ଯାଏ ଆଡ଼ମିଟ କାର୍ଡ ନେଇପାରିବେ ପରୀକ୍ଷାର୍ଥୀ । ପୂର୍ବରୁ ଦୁଇ ଦୁଇ ଥର ପରୀକ୍ଷା ତାରିଖ ଘୋଷଣା ହୋଇ ଘୁଂଚିଥିବାରୁ ଏଥର ହେବ ନା ପୁଣି ଘୁଞ୍ଚିବ ସେ ନେଇ ଆଶା ଆଶଙ୍କାରେ ଅଛନ୍ତି ପରୀକ୍ଷାର୍ଥୀ।
ସିବିଏସଇ ଢାଞ୍ଚାରେ ହେବ ଓଟିଇଟି ପରୀକ୍ଷା : ତ୍ରୁଟି ରୋକିବାକୁ ନୂଆ କୌଶଳ ଆପଣାଇବ ବୋର୍ଡ
ପ୍ରଶ୍ନପତ୍ର ଚୋରିକୁ ନେଇ ଅପବାଦ ମୁଣ୍ଡାଇବା ପରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ସେପ୍ଟେମ୍ବର ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା, କେମିତି ତ୍ରୁଟି ଶୂନ୍ୟ ହେବ ସେଥିପାଇଁ ରଣନୀତି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
/kanak/media/media_files/2025/09/07/otet-2025-09-07-19-58-04.jpg)