କନକ ବ୍ୟୁରୋ : ଓଏସଏସସି ମେରିଟ ଲିଷ୍ଟକୁ ନେଇ ଆଶା ଆଶଙ୍କାରେ ପରୀକ୍ଷାର୍ଥୀ। ମାସ ପରେ ମାସ ଗଡ଼ୁଥିଲେ ବି ଏଯାଏଁ ବାହାରି ପାରିଲାନି ସବୁ ବିଷୟର ମେରିଟ ଲିଷ୍ଟ। ଏହାର ପ୍ରତିବାଦରେ ଓଏସଏସସି  କାର୍ଯ୍ୟାଳୟ  ଆଗରେ ଧାରଣାରେ ବସିଛନ୍ତି ଆଶାୟୀ।

Advertisment

ପରୀକ୍ଷା ବିଜ୍ଞପ୍ତି ବାହାରିବାକୁ ଏହାରି ଭିତରେ ୨ବର୍ଷରୁ ଅଧିକ ଦିନ ବିତିଯାଇଛି । ହେଲେ ଏବେ ବି କିଛି ବିଷୟରେ ମେରିଟ ଲିଷ୍ଟ ବାହାରିନି। ଯାହାକୁ ନେଇ ପୂର୍ବରୁ ଏଲଟିଆର ପରୀକ୍ଷାର୍ଥୀ ବାରମ୍ବାର ଓଏସଏସସି କାର୍ଯ୍ୟାଳୟ  ଘେରାଉ କରିଛନ୍ତି। ଏବେ ପୁଣି ୯ଦିନ ହେଲା ଓଏସଏସସି କାର୍ଯ୍ୟାଳୟ  ଆଗରେ ଧାରଣାରେ ବସିଛନ୍ତି ଆଶାୟୀ।

ଅଧିକ ପଢ଼ନ୍ତୁ : ଆରମ୍ଭ ହେଲା ପରୀକ୍ଷା ଋତୁ ; ମାର୍ଗଦର୍ଶିକା ଜାରି କଲେ କର୍ତ୍ତୁପକ୍ଷ

 ପରୀକ୍ଷାର୍ଥୀଙ୍କ ଧାରଣା, ବିକ୍ଷୋଭ ପରେ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଲା ସଂସ୍କୃତ ମେରିଟ୍ ଲିଷ୍ଟ। କିନ୍ତୁ ହିନ୍ଦୀ, ଓଡ଼ିଆ ଓ କଳା ବିଭାଗର ମେରିଟ ଲିଷ୍ଟ ବାହାରିଲାନି। ଯାହାକୁ ନେଇ ପରୀକ୍ଷାର୍ଥୀ ଏବେ ବି ଧାରଣା ଜାରି ରଖିଛନ୍ତି। ଅପରପକ୍ଷରେ ଗତକାଲି ବିଜେଡି ବିଧାୟକ ଅରୁଣ ସାହୁ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।  କେବେ ଏନେଇ ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସହ, ପରୀକ୍ଷାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ କରୁଛି ତାହା ଦେଖିବାକୁ ବାକି ରହିଲା।