ଓଏସଏସସି ପରୀକ୍ଷା ରଦ୍ଦ: ଜୁଲାଇ ୬ରେ ହେବ ସାନି ପରୀକ୍ଷା, ଏପ୍ରିଲ ୨୭ରେ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ଥିଲା ତ୍ରୁଟି

Advertisment

ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ । ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି  । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି ।

ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ । ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି  । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି ।

dvdv

Photograph: (kanak news)

କନକ ବ୍ୟୁରୋ: ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ । ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି  । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି । ଜୁଲାଇ ୬ ତାରିଖରେ ସାନି ପରୀକ୍ଷା ହେବ ବୋଲି ନୋଟିସ ଜାରି ହୋଇଛି । ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ବହୁ ପ୍ରଶ୍ନ ପଡ଼ିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷା ରଦ୍ଦ ପାଇଁ ଦାବି ହୋଇଥିଲା । ଏ ନେଇ ଓଏସଏସସି ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ମତାମତ ଲୋଡ଼ାଯାଇଥିଲା । ତାହାକୁ ଆଧାର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe