କନକ ବ୍ୟୁରୋ: ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ । ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି । ଜୁଲାଇ ୬ ତାରିଖରେ ସାନି ପରୀକ୍ଷା ହେବ ବୋଲି ନୋଟିସ ଜାରି ହୋଇଛି । ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ବହୁ ପ୍ରଶ୍ନ ପଡ଼ିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷା ରଦ୍ଦ ପାଇଁ ଦାବି ହୋଇଥିଲା । ଏ ନେଇ ଓଏସଏସସି ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ମତାମତ ଲୋଡ଼ାଯାଇଥିଲା । ତାହାକୁ ଆଧାର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ।
ଓଏସଏସସି ପରୀକ୍ଷା ରଦ୍ଦ: ଜୁଲାଇ ୬ରେ ହେବ ସାନି ପରୀକ୍ଷା, ଏପ୍ରିଲ ୨୭ରେ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ଥିଲା ତ୍ରୁଟି
ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ । ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି ।
/kanak/media/media_files/2025/05/06/2fe1SZ6fHV62IStm7Fo4.jpg)