କନକ ବ୍ୟୁରୋ : ବିଚିତ୍ର ଆମ ସରକାରୀ OSRTC ବସ ସେବା । ପରିଚାଳନାଗତ ତ୍ରୁଟି ହେଉକି ଅନ୍ୟ କାରଣ OSRTC ବସ ଆଉ ଭରସାଯୋଗ୍ୟ ହୋଇ ରହିନାହିଁ । ବସ ବିଳମ୍ବ ହୋଇଥିବା ଯୋଗୁଁ ଓଡ଼ିଶା ସିଭିଲ ସର୍ଭିସେସ ଭଳି ପରୀକ୍ଷା ଦେଇପାରିନାହାନ୍ତି ପରୀକ୍ଷାର୍ଥୀ ।
ରାୟଗଡ଼ା ବିଷମକଟକର ଯୁବକ ସନ୍ତୋଷ କୁମାର ନାୟକ । ଗତକାଲି ଓଡିଶା ସିଭିଲ ସର୍ଭିସେସର ପ୍ରିଲିମି ପରୀକ୍ଷା ଦେବାକୁ ଜୟପୁର ଯିବା ପାଇଁ ସେ ଟିକେଟ କରିଥିଲେ । ମୁନିଗୁଡାରୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ବସ୍ ମୁନିଗୁଡ଼ା ବସଷ୍ଟାଣ୍ଡରେ ୧୧ଟା ୫୫ ମିନିଟରେ ପହଞ୍ଚିବା କଥା କିନ୍ତୁ ଏହା ଭୋର ୫ଟାରେ ପହଞ୍ଚିଥିଲା । ସକାଳ ୧୦ଟା ସୁଦ୍ଧା ଜୟପୁରରେ ପହଞ୍ଚି ପାରିବ ନାହିଁ ବୋଲି କଣ୍ଡକ୍ଟର ଠାରୁ ଶୁଣିବା ପରେ ଜୟପୁର ଯାଇନଥିଲେ ସନ୍ତୋଷ । ଫଳରେ ସେ ପରୀକ୍ଷା ଦେଇପାରିନାହାନ୍ତି । ନିରାଶ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସନ୍ତୋଷ ।
ଦିନେ ଲୋକଙ୍କ ଭରସାଯୋଗ୍ୟ ବସ ଥିଲା ଓଏସଆରଟିସି । କିନ୍ତୁ ଏବେ ବସ ଯିବା ଆସିବାର ସମୟ ଠିକ ନଥିବା ବେଳେ ବସର ସ୍ଥିତି ମଧ୍ୟ ଠିକ ନୁହଁ । ଅବ୍ୟବସ୍ଥା ନେଇ ଫୋନରେ ଓଏସଆରଟିସି କର୍ତ୍ତୃପକ୍ଷ ହାତ ଟେକିଦେଇଛନ୍ତି । ତେବେ ସନ୍ତୋଷ ଓଏସଆରଟିସି ବସ ସେବାର ତ୍ରୁଟିକୁ ଦୋଷ ଦେବା ସହ, ସବୁ ସହରରେ କାହିଁକି ପରୀକ୍ଷା କରାଯାଉନି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/13/osrtc-2025-10-13-21-27-15.jpg)